ଆପଣଙ୍କ ଜଳଖିଆର ସ୍ୱାଦ ବଢ଼ାଇବ “ପିଆଜ ଚଟଣି”, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ସନ୍ଧ୍ୟା ଟିଫିନ ହେଉ ଅବା ବା ସକାଳ ଜଳଖିଆ ହେଉ । ଯଦି ଗରମ ଗରମ ଜଳଖିଆ ସହ ସ୍ୱାଦିଷ୍ଟ ଚଟଣି ମିଳିଯାଏ ତେବେ ଜଳଖିଆ ସ୍ୱାଦ ଅନେକ ଗୁଣା ବଢିଯାଏ । ଏମିତିବିରେ ବି ସ୍ୱାଦ ହୀନ ଖାଦ୍ୟର ମଜା ବି ଚଟଣି ବଢ଼ାଇ ଦେଇପାରେ । ଆପଣ ଟମାଟୋ, ନଡ଼ିଆ, ଧନିଆ ପତ୍ର ଚଟଣି ତ ନିଶ୍ଚିନ୍ତ ଖାଇଥିବେ । ତେବେ ଆସନ୍ତୁ ଆଜି ପିଆଜ ଚଟଣି ବିଷୟରେ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

ଦୁଇଟି ଟମାଟୋ

ଦୁଇଟି ପିଆଜଅଦା ଖଣ୍ଡେ

ଧନିଆ ପତ୍ର

ଅଧା ଚାମଚ ଜିରା

ହେଙ୍ଗୁ

onion chatni

ଚାରି ରୁ ପାଞ୍ଚଟି ରସୁଣ

ତଡକା ପାଇଁ ତେଲ

ଦୁଇରୁ ତିନିଟି ଲବଙ୍ଗ

ଲାଲ ଲଙ୍କା

ଗୋଲମରିଚ

ଲୁଣ ସ୍ବଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଟମାଟୋ ଧୋଇ କାଟି ଦିଅନ୍ତୁ । ପିଆଜକୁ ବି କାଟି ଦିଅନ୍ତୁ । ଏବେ ମିକସି ଯାରରେ କଞ୍ଚା ଲଙ୍କା, ରସୁଣ, ଅଦା, ଧନିଆ ପତ୍ର, ଜିରା, ଲୁଣ, ହେଙ୍ଗୁ ଦେଇ ପେଷି ଦିଅନ୍ତୁ । ଏବେ ପିଆଜ, ଟମାଟୋ ଦେଇ ପେଷି ଦିଅନ୍ତୁ । ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ ଧନିଆ, ଲାଲ ଲଙ୍କା, ଲବଙ୍ଗ, ଗୋଲମରିଚ ଦେଇ ଫୁଟାନ୍ତୁ । ଏବେ ପେଶା ଯାଇଥିବା ପେଷ୍ଟକୁ ଦିଅନ୍ତୁ । ତେଲ ଛାଡି ଆସିଲେ ଥଣ୍ଡା କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ “ପିଆଜ ଚଟଣି” । ଏହାକୁ ଆପଣ ରୁଟି, ପରଠା କିମ୍ବା ଚକୁଳି ସହ ଖାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.