ବେକାବୁ ତୈଳ ଦରରେ ଲାଗିବ କି ବ୍ରେକ ? କେନ୍ଦ୍ରମନ୍ତ୍ରୀ କହିଲେ ଏହା ସାମୟିକ ସମୟ ପାଇଁ,ଖୁବଶୀଘ୍ର ଠିକ ହୋଇଯିବ

କେନ୍ୟୁଜ୍(ବ୍ୟୁରୋ):  ଦୁଇ ଦିନ ପରେ ଆଜି ପୁଣି ଥରେ ବଢ଼ିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ଆଜି ୨୫ ପଇସା ବଢ଼ିଥିଲା ବେଳେ ଡିଜେଲ ଦାମ୍ ୩୫ ପଇସା ମହଙ୍ଗା ହୋଇଛି । ଫଳରେ ବିଭିନ୍ନ ସହରରେ ତୈଳ ଦର ପାର୍ କରିଛି ୯୦ ଟଙ୍କା । ଗତ ୧୨ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍‌ରେ ପାଖାପାଖି ୩ଟଙ୍କା ବୃଦ୍ଧି ହୋଇଛି । ତୈଳ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ତେଜିଛି । ଆଜି ବିଧାନସଭାରେ ଉଠିଥିଲା ପ୍ରସଙ୍ଗ । ବିତଣ୍ଡା ଯୁକ୍ତି ରଖିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଦାସ । ସେ କହିଥିଲେ, ଦର ବୃଦ୍ଧି ଉପରେ ସମସ୍ତଙ୍କ ମନ୍ତବ୍ୟ ରାଜନୀତିକରଣ ଭଳି ଲାଗୁଛି । ଗରିବ କଲ୍ୟାଣ ଯୋଜନାକୁ ଅଗ୍ରାଧିକାର ଦେବା ପାଇଁ ଏହା କରାଯାଉଛି ।

tara bahanipati

ରାଜ୍ୟ ସରକାର ଭାଟ କମାନ୍ତୁ ବୋଲି ଦାବି କରିଛି ବିଷ୍ଣୁ ସେଠୀ । ସେପଟେ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ପ୍ରତିବାଦରେ ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି ଓ ଅଧିରାଜ ପାଣିଗ୍ରାହୀ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ । କେନ୍ଦ୍ର ଉତ୍ପାଦ ଶୁଳ୍ପ ଓ ରାଜ୍ୟ ଭାଟ୍ କମାଉ ବୋଲି କଂଗ୍ରେସ ଦାବି କରିଛି । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ୧୮ ପ୍ରତିଶଥ ସେସ୍ କମାଇଲେ ଲୋକ ଉପକୃତ ହେବେ ।

sura routray

ସେପଟେ ତୈଳ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୈଳଦର ବୃଦ୍ଧି ସାମୟିକ । ଏ ଅସୁବିଧା ସାମୟିକ, ଖୁବଶୀଘ୍ର ଠିକ ହୋଇଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ବିଶ୍ୱ ବଜାରରେ ମଧ୍ୟ ତୈଳ ଉତ୍ପାଦନ ହ୍ରାସ ପାଇଛି । ଏହାର ପ୍ରଭାବ ତୈଳ ଦର ଉପରେ ପଡିଛି । ପେଟ୍ରୋଲ ଓ ଡିଜେଲକୁ GST ଅର୍ନ୍ତଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି । GST କାଉନସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.