ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ଶେୟାର କଲେ ଝିଅ ଓ ସ୍ତ୍ରୀଙ୍କ ସୁନ୍ଦର ଫଟୋ, ଲେଖିଲେ ଏହି ସ୍ପେଶାଲ ମେସେଜ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହୋଇଯାଇଛି। ସେ ନିଜ ସ୍ତ୍ରୀ ପବିତ୍ରା ଓ ଝିଅ ହନଓ୍ଵିକାଙ୍କ ସହିତ ଏକ ଫ୍ୟାମିଲି ଫଟୋ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଛନ୍ତି।

ଫଟୋ ଶେୟାର କରି ନଟରାଜନ ଲେଖିଛନ୍ତି, ‘ଆମ ନହ୍ନୀପରୀ ହନଓ୍ଵିକା। ତୁମେ ଆମ ଜୀବନର ସବୁଠୁ ସୁନ୍ଦର ଉପହାର। ଏହି କାରଣରୁ ଆମ ଜୀବନ ଏତେ ଅଧିକ ସୁଖୀ। ଆମକୁ ମାଆ, ବାପା ରୂପେ ବାଛିଥିବାରୁ ଲଡ୍ଡୁ ତୁମକୁ ଧନ୍ୟବାଦ ଜଣାଉଛୁ। ଆମେ ତୁମକୁ ପ୍ରେମ କରୁଛୁ ଏବଂ ସବୁବେଳେ ତୁମକୁ ପ୍ରେମ କରି ଚାଲିଥିବୁ’।

କହି ରଖୁଛୁ, ନଟରାଜନ ଯେବେ ଆଇପିଏଲ୍‌ ୨୦୨୦ ଖେଳିବା ପାଇଁ ଦୁବାଇ ଯାଇଥିଲେ, ସେହି ସମୟରେ ନଟରାଜନଙ୍କ ଝିଅ ଜନ୍ମ ହୋଇଥିଲା। ଏହାପରେ ତାଙ୍କର ଚୟନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ହୋଇଥିଲା। ନଟରାଜନଙ୍କ ପାଇଁ ତାଙ୍କ ଝିଅ ବହୁତ ଭାଗ୍ୟବାନ ପ୍ରମାଣିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ସେ ୩ଟି ଫର୍ମାଟରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ଦିନିକିଆରେ ୨ଟି ଓ୍ଵିକେଟ୍‌ ଏବଂ ଟି-୨୦ ସିରିଜ୍‌ରେ ୬ଟି ଓ୍ଵିକେଟ୍‌ ହାସଲ କରିଥିଲେ। ଏହାପରେ ଗାବା ଟେଷ୍ଟରେ ଭାରତର ଐତିହାସିକ ବିଜୟରେ ଭାଗିଦାର ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.