ଯାଜପୁର: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଧ୍ୟାପକକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା   

ଯାଜପୁର ଟାଉନ(କେନ୍ୟୁଜ୍):  ନିଜ କଲେଜ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଧ୍ୟାପକକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲା ଦୌରାଜଜ୍ । ବଡଚଣା ଅଞ୍ଚଳର ଏକ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ନବକିଶୋର ରଣା ନିଜ କଲେଜ ଛାତ୍ରୀଙ୍କୁ ପ୍ରଥମେ ପ୍ରେମ ଜାଲରେ  ଫସାଇବା  ସହିତ ତାଙ୍କୁ  ବିବାହର ପ୍ରତିଶୃତି ଦେଇ ଗର୍ଭବତୀ କରିଥିଲେ । ପରେ ଧରାଛୁଆଁ ଦେଇନଥିଲେ । ଏଭଳି ସ୍ଥିତିରେ ଛାତ୍ରୀର ମା ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ।

୨୦୧୫ ମସିହାରେ ଏ ନେଇ ବଡଚଣା ଥାନାରେ ନବ କିଶୋରଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା । ଆଜି ଏହି ଘଟଣାର ବିଚାର କରି ମୋଟ ୧୫ ଜଣ ସାକ୍ଷ୍ୟ ମାନଙ୍କ ବୟାନ ରେକର୍ଡ କରିବା ପରେ ଜିଲା ଦୌରାଜଜ ଅଭିଯୁକ୍ତ ନବକିଶୋରଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.