ଲଞ୍ଚ ହେଲା Oppo Reno 5K, ମିଳିବ 5G ସପୋର୍ଟ ସହ ପାଞ୍ଚ ପାଞ୍ଚଟି ଦମଦାର କ୍ୟାମେରା

Oppo ନିଜର 5ଜି ସ୍ମାର୍ଟଫୋନ Oppo Reno 5K କୁ ଲଞ୍ଚ କରିଛି । Oppo Reno ସିରିଜର ଏହା ହେଉଛି ଦମଦାର ସ୍ମାର୍ଟଫୋନ । Oppo Reno 5Kକୁ କ୍ଵାଲକମ ସ୍ନାପଡ୍ରାଗନ ୭୫୦ ପ୍ରୋସେସର, ପଞ୍ଚହୋଲ ଡିଷ୍ପ୍ଲେ ସହ ଲଞ୍ଚ କରାଯାଇଛି । Oppo Reno 5 5Gକୁ ସ୍ନାପ ଡ୍ରାଗନ ୭୬୫
ପ୍ରୋସେସର ସହ ଲଞ୍ଚ କରାଯାଇଥିବା ନେଇ ଜଣାଯାଇଛି । ଫୋନରେ କ୍ଵାଡ଼ କ୍ୟାମେରା ସେଟଅପ ଦିଆଯାଇଛି । କିନ୍ତୁ ଏହାର ପ୍ରକୃତ ଦର ବିଷୟରେ ଏଯାବତ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଏକ ଲିକ ରିପୋର୍ଟ ଅନୁଯାୟୀ Oppoର ଏହି ଫୋନରେ ୮
ଜିବି ରାମ ସହ ୧୨୮ ଜିବିର ସୁବିଧା ରହିଛି ।

oppo

ନେମାଳି ଗ୍ରୀନ ବ୍ରିଜ, ମିଡ଼ ନାଇଟ ବ୍ଲାକ ସମେତ ସ୍ଟେରି ଡ୍ରିମ କଲର ଭେରିୟାଣ୍ଟରେ Oppo ର ଏହି ସେଟ ଲଂଚ ହେବ । ଏଥିରେ ୬.୪୩ ଇଞ୍ଚର ଫୁଲ ଏଚଡ଼ି ପ୍ଲସ ଓଏଲଇଡ଼ି ଡିଷ୍ପ୍ଲେ ଥିବା ବେଳେ ଯାହାର ରିଜୋଲୁସନ 1080 X 2400 ପିକସଲ ରହିବ ବୋଲି ଜଣାଯାଇଛି | ଡିଷ୍ପ୍ଲେର ରିଫ୍ରେଶରେ 90hz ଅଛି । କ୍ୟାମେରା ଦୃଷ୍ଟିରୁ ଦେଖିଲେ Oppoର ଏହି ଫୋନରେ ଚାରି ଚାରିଟି ରିୟର କ୍ୟାମେରା ସୁବିଧା ଦିଆଯାଇଛି । ଯାହା ମଧ୍ୟରୁ ମେନ ଲେନ୍ସ ୬୪ ମେଗାପିକସଲ ବିଶିଷ୍ଟ । ଦ୍ଵିତୀୟ ଲେନ୍ସ 8 ମେଗାପିକସଲର ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ଲେନ୍ସ ୨ ମେଗା ପିକସଲ ଲେଖାଏଁ ବୋଲି ଜଣାଯାଇଛି |

ସେଲ୍ଫି ତଥା ଭିଡିଓ ଚାଟିଙ୍ଗ ପାଇଁ ୩୨ ମେଗାପିକସଲର ଏକ ଫ୍ରଣ୍ଟ କ୍ୟାମେରା ସୁବିଧା ଅଛି । କନେକଟିଭିଟି ପାଇଁ ଏଥିରେ 5G, 4G LTE, wi -fi , ବ୍ଲୁଟୁଥ v 5.1, GPS/ ଏ-GPS, USB ଟାଇପ ସି ପୋର୍ଟ ସମେତ ୩.୫ ଏମଏମର ହେଡ଼ଫୋନ ଜ୍ୟାକ ରହିଛି । ଫୋନରେ ଇନଡିଷ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି । ଫୋନରେ ୪୩୦୦ mAh ର ଡୁଆଲ ସେଲ ବ୍ୟାଟେରୀ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.