ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୧୪୫ ରନ୍‌ରେ ଭାରତ ଅଲ୍‌ଆଉଟ, ଜୋ ରୁଟ ନେଲେ ୫ ଓ୍ଵିକେଟ

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଇଂଲଣ୍ଡ ଜବରଦସ୍ତ କମ୍‌ବ୍ୟାକ କରି ଭାରତକୁ ତା’ର ପ୍ରଥମ ଇଂନିସ୍‌ରେ ମାତ୍ର ୧୪୫ ରନ୍‌ରେ ଅଲ୍‌ଆଉଟ କରି ଦେଇଛି। ଇଂଲିଣ୍ଡ ପ୍ରଥମ ଇଂନିସ୍‌ରେ ୧୧୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଫଳରେ ନୈରାଶ୍ୟଜନକ ବ୍ୟାଟିଂ ସତ୍ତ୍ୱେ ଭାରତ ୩୩ ରନ୍‌ରେ ଆଗୁଆ ରହିଛି।

ପ୍ରଥମ ଦିନରେ ୩ ଓ୍ଵିକେଟ୍‌ ହରାଇ ୯୯ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନରେ ମାତ୍ର ୪୬ ରନ୍‌ କରି ୭ଟି ଓ୍ଵିକେଟ ହରାଇ ଦେଇଥିଲା। ଇଂଲଣ୍ଡ ପାଇଁ ଜୋ ରୁଟ୍‌ ବଢ଼ିଆ ବୋଲିଂ କରିଥିଲେ। ସେ ମାତ୍ର ୮ ରନ୍‌ ଦେଇ ୫ ଓ୍ଵିକେଟ୍‌ ହାସଲ କରିଛନ୍ତି।