କରୋନା ନୂଆ ଷ୍ଟ୍ରେନର ୭ଟି ନୂଆ ଲକ୍ଷଣ, ନଜାଣିଲେ ପରେ ହେବେ ହଇରାଣ

ଗତ କିଛି ମାସ ହେବ ସାରା ବିଶ୍ୱରେ କୋଭିଡ଼-୧୯କୁ ନେଇ ଭୟ କମିଯାଇଥିବା ବେଳେ ଏବେ କରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢ଼ାଇ ସାରିଲାଣି। ଭାରତରେ ୯୫.୯୯ ପ୍ରତିଶତ କରୋନାରୁ ସୁସ୍ଥ ହୋଇଥିବା ବେଳେ, ବ୍ରିଟେନରୁ ଭାରତକୁ ଆସିଥିବା କିଛି ଲୋକଙ୍କ ମଧ୍ୟରେ ଭାଇରସର ନୂଆ ରୂପ ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁଯାୟୀ ଭାରତରେ କରୋନାର ନୂଆ ଷ୍ଟ୍ରେନ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏଥିପାଇଁ ଲୋକଙ୍କୁ ନିଜ ଶରୀରର ଖାସ୍ ଧ୍ୟାନ ରଖିବାକୁ ହେବ। ଯଦ୍ୱାରା ଶରୀରର ଆଣ୍ଟିବଡି ଏହି ମାରାତ୍ମକ ଭାଇରସ୍ ସହ ଲଢ଼ିବାକୁ କ୍ଷମତା ରଖିପାରୁଥିବ।

୨୦୧୯ରେ କରୋନା ଭାଇରସ ଚୀନର ଉହାନ ସହରରୁ ସୃଷ୍ଟି ହୋଇ ସାରା ଦୁନିଆକୁ ବ୍ୟାପିଯାଇଥିଲା । ବିଶେଷଜ୍ଞଙ୍କ ମତରେ, କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ସପୂର୍ଣ୍ଣ ଅଲଗା। ପ୍ରଥମତଃ କରୋନା ଲକ୍ଷଣରେ ପ୍ରଥମେ ଜ୍ୱର ଆସେ, ବାରମ୍ବାର କାଶ ହୁଏ ଏବଂ ସ୍ୱାଦ ସହିତ ଆଘ୍ରାଣ ଶକ୍ତି ମଧ୍ୟ କମିଯାଏ ।

coronaକରୋନା ନୂଆ ଷ୍ଟ୍ରେନ କିପରି ଜାଣନ୍ତୁ

କରୋନାର ନୂଆ ଷ୍ଟ୍ରେନର ଉତ୍ପତ୍ତି ଏହାର ମ୍ୟୁଟେଶନ କାରଣରୁ ସୃଷ୍ଟି ହୋଇଛି । ଏହାର ଲକ୍ଷଣ ମଧ୍ୟ ଅଲଗା । ବ୍ରିଟେନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା, କରୋନାର ନୂଆ ଷ୍ଟ୍ରେନର ୭ଟି ମୁଖ୍ୟ ଲକ୍ଷଣ ବିଷୟରେ କହିଛନ୍ତି । ତାହା ହେଉଛି ,

– ଶରୀରରେ ପୀଡ଼ା ଅନୁଭବ ହେବା
– ଗଳା ଖରାପ ହେବା
– ହାଲିଆ ଲାଗିବା
– ମୁଣ୍ଡବିନ୍ଧା
– ଡାଇରିଆ
– ତ୍ୱଚାରେ ଦାଗ ପଡ଼ିବା
– ଗୋଡ ଆଙ୍ଗୁଠିର ରଙ୍ଗ ପରିବର୍ତ୍ତନ ହେବା

ସୂଚନାନୁାୟୀ, ଭାଇରସର ନୂଆ ଷ୍ଟ୍ରେନ ଅନେକ ଦେଶରେ ଦେଖିବାକୁ ମିଳିସାରିଲାଣି । କରୋନା ଭାଇରସର ଲକ୍ଷଣକୁ ନେଇ ଏକ ବଡ଼ ଧରଣର ଅଧ୍ୟୟନ କରାଯାଇଛି । ଏହାକୁ କାନାଡିୟନ ମେଡିକାଲ ଆସୋସିଏସନ ଜର୍ନାଲରେ ପ୍ରକାଶିତ କରାଯାଇଛି । ଯେଉଁଥିରେ ୭୦ହଜାର ରୋଗୀଙ୍କ ତଥ୍ୟକୁ ଆଧାର କରି ଏହାର ଲକ୍ଷଣ ସଂପର୍କରେ ଜଣାପଡିଛି ।

ତେବେ ଭାଇରସର ଏହି ଷ୍ଟ୍ରେନରୁ ବଞ୍ଚିବା ପାଇଁ ନିଜେ ସାବଧାନ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଜାଗ କରାନ୍ତୁ। କରୋନା ନାହିଁ ବୋଲି ଭାବି ଏହାକୁ ଅବହେଳା କରନ୍ତୁ ନାହିଁ। ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.