ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼, ବଢିଲା CNG ଓ PNG ଦାମ୍

ମାର୍ଚ୍ଚ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୧ ତାରିଖରୁ ବାହନରେ ବ୍ଯବହାର ହଉଥିବା ସିଏନଜି ଏବଂ ଗ୍ଯାସ୍ ପିଏନଜି ଦାମ୍ ବଢିଛି। ଦିଲ୍ଲୀ ଏନସିଆରରେ ସୋମବାର ଠାରୁ ସିଏନଜି ଏବଂ ପିଏନଜି ଦାମ୍ ବଢିଛି। ସିଏନଜି ୭୦ ପଇସା ପଇସା ବଢିଥିବା ବେଳେ ପିଏନଜି ଦାମରେ ୯୧ ପଇସା ବଢିଛି। ଏହି ବଢିଥିବା ଦର ମାର୍ଚ୍ଚ ୨ ତାରିଖ ସକାଳ ୬ଟାରୁ ଲାଗୁ ହେବ।

ସିଏନଜି ଏବଂ ପିଏନଜିରେ ବଢିଥିବା ଦାମ୍ ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଛଡା କାନପୁର, ଫତେହପୁର, ହମିରପୁର, ମୁଜାଫରନଗର, ସାମଲୀ, କରନାଲ, କୈଥଲ ଏବଂ ରିୱାଡି ଅଞ୍ଚଳ ମଧ୍ୟ ପ୍ରଭାବତି ହେବ। ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢିଥିଲା। ଦିଲ୍ଲୀରେ ୧୪.୨ କିଗ୍ରା ରୋଷେଇ ଗ୍ଯାସ ସିଲିଣ୍ଡର ୮୧୯ ଟଙ୍କା ହୋଇଛି। ପୂର୍ବରୁ ଏହାର ଦାମ ୭୯୪ ଟଙ୍କା ଥିଲା।

ସେହିପରି କଲିକତାରେ ଏହି ସିଲିଣ୍ଡର ଦାମ ୮୪୫ ଟଙ୍କାରେ ମିଳୁଥିବା ବେଳେ ମୁମ୍ବାଇରେ ୮୧୯, ଚେନ୍ନାଇରେ ୮୩୫ ଟଙ୍କାରେ ମିଳୁଛି। ଏହାଛଡା ୧୯ କିଗ୍ରା କର୍ମସିଆଲ ଗ୍ଯାସ ସିଲିଣ୍ଡରର ଦାମ ୯୫ ଟଙ୍କା ବଢିଛି। ଏବେ ଏହି ସିଲିଣ୍ଡରର ଦାମ ୧,୬୧୪ ଟଙ୍କା ହୋଇଛି।

Leave A Reply

Your email address will not be published.