ଚୁଲିରେ ନୁହେଁ ବରଂ ଚାପୁଡ଼ା ମାରି ମାରି ଚିକେନ୍‌ ରାନ୍ଧୁଛନ୍ତି ଏହି ବ୍ୟକ୍ତି, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କୁକିଂ ଶୋ’ ଦେଖିବାକୁ ମିଳେ। ଏହି ଶୋ’ରେ ଲୋକମାନେ ନିଜ ରୋଷେଇ କଳା ଦେଖାଇଥାନ୍ତି ଓ ଖାଦ୍ୟ ରାନ୍ଧିବାର ବିଭିନ୍ନ କୌଶଳ କହିଥାନ୍ତି। ଆପଣ ଟିଭିରେ ମଧ୍ୟ ଏଭଳି ଶୋ’ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ଖାଦ୍ୟ ତିଆରି କରିବା ଷ୍ଟାଇଲ୍‌ ସମସ୍ତଙ୍କଠାରୁ ହଟ୍‌କେ।

ବ୍ୟକ୍ତିଙ୍କର ଖାଦ୍ୟ ତିଆରି କରିବା ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆମେ ସାଧାରଣତଃ ନିଆଁର ଖାଦ୍ୟ ରାନ୍ଧିଥାଉ। କିନ୍ତୁ ଏହି ବ୍ୟକ୍ତି ଜଣକ ଅଲଗା ଢଙ୍ଗରେ ରୋଷେଇ କରିଥାନ୍ତି। ବ୍ୟକ୍ତି ଜଣକ ଚାପୁଡ଼ା ମାରି ମାରି ରୋଷେଇ କରିଥାନ୍ତି। ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ…

VC: Louis Weisz

ବ୍ୟକ୍ତି ଜଣକ ଚାପୁଡ଼ା ମାରି ମାରି ଚିକେନ୍‌ ରୋଷେଇ କରୁଛନ୍ତି। ତାଙ୍କର କହିବା କଥା ହେଲା, ଚାପୁଡ଼ା ମାରିବା ଯୋଗୁ ଯେଉଁ ତାପ ସୃଷ୍ଟି ହେଉଛି ସେଥିରେ ଚିକେନ୍‌ ସିଝିଯିବ।

ସୋସିଆଲ ମିଡିଆରେ ଏହି ଭିଡିଓ Louis Weisz ନାମକ ୟୁଟ୍ୟୁବ୍‌ ଚ୍ୟାନେଲରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏବେ ଯାଏଁ ୯୦ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଭିଡିଓକୁ ସେୟାର କରି ଲୁଇସ୍‌ କ୍ୟାପସନ୍‌ରେ ଲେଖିଛନ୍ତି, ମୁଁ ଚିକେନ୍‌କୁ ଥାପଡ ମାରି ମାରି ରାନ୍ଧିଛି। ଭିଡିଓରେ ସେ ଥାପଡ ମାରୁଥିବା ମେସିନ୍‌ ସାହାଯ୍ୟରେ ଚିକେନ୍‌ ରାନ୍ଧୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.