ଭାରତରେ ଲଞ୍ଚ ହେଲା Noiseର ନୂଆ ମଡେଲ, ଥରେ ଚାର୍ଜ କଲେ ଚାଲିବ ୨୫ ଘଣ୍ଟା
Noise ଭାରତରେ Noise Buds Play ଇୟରଫୋନ ଲଞ୍ଚ କରିଛି। ଏହାକୁ ମିଶାଇ କମ୍ପାନୀ ୩ଟି ଟିଡବ୍ଲୁଏସ ଇୟରଫୋନ ଲଞ୍ଚ କରିଛି। ଯେଉଁଥିରେ ଲାଟେଷ୍ଟ ‘Noise Buds Play’ ରହିଛି। ଏହା ଗୁଗୁଲ ଫାଷ୍ଟ ପେୟର ଟେକ୍ନୋଲୋଜିରେ ତିଆରି ହୋଇଛି। କମ୍ପାନୀ ପକ୍ଷରୁ ସୂୂଚନା ମିଳିଛି ଯେ, ଏହା ଥରେ ଚାର୍ଜ କଲେ ୨୫ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ। ବଜାରକୁ ଏହା ୩ଟି ରଙ୍ଗରେ ସାମ୍ନାକୁ ଆସିଛି।
Noise ଗତ ୩ ମାସରେ ୩ଟି ଟିଡବ୍ଲୁଏସ ଇୟରଫୋନ Noise Elan, Noise Buds Solo ଓ Noise Buds Play ଲଞ୍ଚ କରିଛି। ଏହାକୁ ଇନ- ଇୟର ଡିଟେକସନ ଦ୍ୱାରା ଲଞ୍ଚ କରାଯାଇଛି।
ଦାମ୍:
ଏହାର ଦାମ୍ ୨,୯୯୯ଟଙ୍କା ରହିଛି। ଏହାର ଅଫର ଶେଷ ହେବା ପରେ ଏହାର ପ୍ରକୃତ ଦାମ୍ ୩,୪୯୯ ଟଙ୍କାରେ ବିକ୍ରି କରାଯିବ। ଏହା ୩ଟି ରଙ୍ଗ Celeste Blue, Onyx Black ଓ Pearl Whiteରେ ବଜାରରେ ଲଞ୍ଚ କରାଯାଇଛି। ଏହା ବହୁତ ଶୀଘ୍ର ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବାକୁ ଯାଉଛି।
ଫିଚର୍ସ:
ଏହା 10ମିମି ଡାୟନାମିକ ଡ୍ରାଇବର ଲେନ୍ସ ସହ Tru Bass ଟେକ୍ନୋଲୋଜିରେ ସାମ୍ନାକୁ ଆସିଛି। କ୍ୱାଡ ମାଇକ ସେଟଅପ ସହ ଇନ-ଇୟର ଡିଟେକ୍ସନ ରହିଛି। ଯଦ୍ୱାରା ଇୟରଫୋନ କାଢ଼ିବା ମାତ୍ରେ ଗୀତ ଅଟୋମେଟିକ ବନ୍ଦ ହୋଇଯିବ।
ବ୍ୟାଟେରୀ:
ଏହାକୁ ଥରେ ଚାର୍ଜ କଲେ ଏହା ୨୫ ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ। ଏଥିରେ 45mAh ର ବ୍ୟାଟେରୀ ସହ ୟୁଏସବି ଟାଇପ ସି ପୋର୍ଟ ଦିଆଯାଇଛି।