Below header

ଭୁବନେଶ୍ବର: ବ୍ରେକ ଫେଲ୍ ହୋଇ ଜଳଖିଆ ଦୋକାନକୁ ମାଡ଼ିଗଲା କାର, ୨ ଗୁରୁତର ସହ ୨ ସାମନ୍ୟ ଆହତ

ଭୁବନେଶ୍ବର(କେନ୍ୟୁଜ୍):  ଶୈଳଶ୍ରୀ ବିହାର ଜଗନ୍ନାଥ ମନ୍ଦିର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା  ବେଳେ ଦୁଇଜଣ ସାମନ୍ୟ ଆହତ ହୋଇଛନ୍ତି।  ଗୋଟିଏ ନୀଳ ରଙ୍ଗର କାର ବ୍ରେକ ଫେଲ ହେବା  ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।   ପୋଲିସ କହିବା ଅନୁସାରେ ଆଜି ପାଖାପାଖି ଅପରାହ୍ନ ୨ଟା ସମୟରେ ଶୈଳଶ୍ରୀ ବିହାର ଜଗନ୍ନଥ ମନ୍ଦିର ଠାରୁ ୧୦୦ ମିଟର ଦୂରରେ ଥିବା ଏକ ଜଳଖିଆ ହୋଟେଲରେ ଲୋକମାନେ ବସି ଜଳଖିଆ.ଖାଉଥିଲେ। ଏହି ସମୟରେ ଏକ ନୀଳ ରଙ୍ଗର କାର ବ୍ରେକ ଫେଲ ହୋଇଯିବାରୁ ହଠାତ ଜଳଖିଆ ଦୋକାନ ଆଡ଼କୁ  ମାଡ଼ି ଆସିଥିଲା । ଯାହାଫଳରେ ସେଠାରେ ଜଳଖିଆ ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ ।

ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ଅଣାଯାଇ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତି ମାନଙ୍କ ଭିତରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ପୋଲିସ ପାଇନାହିଁ ବୋଲି ସୂଚନା ଦେଇଛି  । ତେବେ ଦୁର୍ଘଟଣା ଶିକାର ହୋଇଥିବା  ଜଣେ ଯୁବକଙ୍କ ନାମ ଯୁଧିଷ୍ଠିର ବେହେରା ,ଘର ଗଂଜାମ ଦାମୋଦର ପୁର ହୋଇଥିବା ବେଳେ ସେ ଜଣେ ଇଂଜିନିଅର ବୋଲି ଜଣା ପଡିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.