ବଡମ୍ବା : ଏକ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଯୋଗୁ ଏଥିରେ ଦୁଇଜଣଙ୍କର ପ୍ରାଣହାନୀ ଘଟିଛି । ୧୫ ରୁ ଉର୍ଦ୍ଧ୍ୱ ଲୋକ ଏଥିରେ ଆହତ ହୋଛଛନ୍ତି ।
ସୂଚନାନୁଯାୟୀ ଘଟଣାଟି ଘଟିଛି ବଡମ୍ବା ବ୍ଲକ କୂଅଁରପାଳ ପଞ୍ଚାୟତର ଦୁଇ ଗାଁ ଭଗତପୁର ଓ ବୁଢ଼ାପଙ୍କ ମଧ୍ୟରେ । ଏକ ସରକାରୀ ଜମିକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ଯାହାକି ପରେ ବିସ୍ଫୋରକ ରୂପ ନେଇଥିଲା । ଦୁଇ ଗାଁ ମଧ୍ୟରେ ବୋମା ମାଡ଼ ଓ ଗୁଳି ମାଡ଼ ହୋଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।
ଲୋକେ ମୃତ ଦେହ ରଖି ରାସ୍ତାରୋକ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ଲୋକେ ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ । ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।