ମା’ର ଅସାବଧାନତାରୁ ପୋଖରୀରେ ବୁଡ଼ି ମରିଗଲା ତିନି ବର୍ଷର ପୁଅ

ରାଇରଙ୍ଗପୁର (କେନ୍ୟୁଜ୍) : ନିଜର ଅସାବଧାନତାରୁ ପୁଅକୁ ହରାଇ ବସିଲା ଗୋଟିଏ ମା । ମୟୁରଭଂଜ ଜିଲ୍ଲା ତିରିଂ ଥାନା ଭାଲୁଗଡ଼ା ଗାଁରେ ଏଭଳି ଅଘଟଣ ଘଟିଛି । ଏହି ଗ୍ରାମ ବୁରୁସାହିରେ ପୋଖରୀରେ ବୁଡି ଜଣେ ୩ ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ପିଲାଟିକୁ ଧରି ମା ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ତେବେ ଶିଶୁଟିର ମା ପୋଖରୀ ତୁଠରେ ଲୁଗାସଫା କରୁଥିବା ବେଳେ ତାଙ୍କ ଅଲକ୍ଷ୍ୟରେ ପିଲାଟି ପାଣିକୁ ଚାଲି ଯାଇ ବୁଡି ଯାଇଥିଲା । ତେବେ ଏକଥା ମା’କୁ ଜଣା ନଥିଲା । ଅନେକ ସମୟ ପରେ ଶିଶୁଟି ଭାସୁଥିବା ଦେଖି ଗାଁ ଲୋକେ ଡାକ ପକାଇଥିଲେ । ସେତେବେଳକୁ କିନ୍ତୁ ଆଉ କିଛି ବାକି ନଥିଲା ।

ମୃତ ଶିଶୁଟି ହେଉଛି ଭାଲୁଗଡ଼ା ବୁରୁସାହିର ସୁନା ଦେହୁରୀଙ୍କ ପୁଅ ଶୁକ୍ରା ଦେହୁରୀ । ଏହି ଘଟଣାରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.