ଶୋଇବା ପୂର୍ବରୁ ପାଚିଲା କଦଳୀ ସିଝାଇ ଖାଆନ୍ତୁ, ଏହାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

କଦଳୀ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଡାକ୍ତରମାନେ ମଧ୍ୟ କଦଳୀ ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଆପଣଙ୍କୁ ଭୋକିଲା ଲାଗି ନ ଥାଏ। କିନ୍ତୁ ଯଦି ଆପଣ କଦଳୀ ସିଝାଇ ଖାଇବେ, ତା’ହେଲେ ଏହା ଆପଣଙ୍କୁ ଦୁଇଗୁଣା ଫାଇଦା ପ୍ରଦାନ କରିବ। ରାତିରେ ଶୋଇବା ପୂର୍ବରୁ କଦଳୀ ସିଝାଇ ଖାଇଲେ କିଛିଦିନ ଭିତରେ ହିଁ ଶରୀରରେ ଫରକ ଅନୁଭବ କରିପାରିବେ।

ଯଦି ଆପଣଙ୍କୁ ରାତିରେ ଠିକ୍‌ ଭାବେ ନିଦ ଆସୁନାହିଁ, ତା’ହେଲେ କଦଳୀ ଖାଇଲେ ଫାଇଦା ମିଳିବ। ଏଥିରେ କ୍ୟାଲସିୟମ୍‌ ପ୍ରଚୁର ମାତ୍ରାରେ ରହିଛି, ଯାହାକି ଶରୀରକୁ ଶକ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହାଡ଼ ଶକ୍ତ ହୋଇଥାଏ। ଏଥିପାଇଁ ଛୋଟ ଛୁଆଙ୍କୁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ରାତିରେ ନିଦ ଆସୁ ନ ଥିଲେ ଶୋଇବାର ଠିକ୍‌ ପୂର୍ବରୁ ଚୋପା ସହିତ କଦଳୀର ଚା’ ବନାଇ ପିଇବା ଉଚିତ। ୧ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଏମିତି କରିବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ।

ଏମିତି ବନାନ୍ତୁ କଦଳୀ ଚା’

ପ୍ରଥମେ ୧ କପ୍‌ ପାଣିକୁ ଗ୍ୟାସ୍‌ରେ ସିଝାନ୍ତୁ। ଏବେ ଏଥିରେ ଡାଲଚିନି ପକାଇ ଫୁଟାନ୍ତୁ। ଫେଣ ଆସିବା ପରେ ପାଚିଲା କଦଳୀକୁ ଛୋଟ ଛୋଟ କାଟି ଫୁଟା ପାଣିରେ ପକାନ୍ତୁ। କିଛି ସମୟ ଧରି ସିଝାଇବା ପରେ ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳିବ।

Leave A Reply

Your email address will not be published.