ଆରମ୍ଭ ହେବାକୁ ଯାଉଛି MI Fan Festival 2021, ଶୀଘ୍ର ହିଁ ଏହାର ଲାଭ ଉଠାନ୍ତୁ

MI ୟୁଜର୍ସଙ୍କ ପାଇଁ ଖୁସି ଖବର। ଆରମ୍ଭ ହେବାକୁ ଯାଉଛି MIର ଫ୍ୟାନ ଫେଷ୍ଟିଭାଲ ସିଜିନ୍‌। ଯେଉଁଠି କମ୍‌ ଦାମରେ ଆପଣଙ୍କୁ ମିଳିବ MIର ମହଙ୍ଗା ପ୍ରଡକ୍ଟ। ଯଦି ଆପଣ କମ ଦାମରେ ମୋବାଇଲ ଫୋନ, ଲାପଟପ୍‌ କିମ୍ବା ସ୍ମାର୍ଟ ହୋମ୍‌ ପ୍ରଡକ୍ଟସ କିଣିବାକୁ ଚାହୁଛନ୍ତି ତେବେ MI ଆପଣଙ୍କ ପାଇଁ ଆଣିଛି ଦମଦାର ଅଫର। ଚୀନ କମ୍ପାନୀ Xiaomi ପକ୍ଷରୁ ଏହି ସପ୍ତାହରେ MI Fan Festival 2021 ଆରମ୍ଭ ହେବାକୁ ଯାଉଛି। ଏହି ଅଫରରେ ମାତ୍ର ୧ଟଙ୍କାରେ ଆପଣ ମହଙ୍ଗା ପ୍ରଡକ୍ଟ ଜିତି ପାରିବେ। ଏଥିପାଇଁ କମ୍ପାନୀ ନିଜର ମାଇକ୍ରୋ ପେଜ୍‌ ମଧ୍ୟ ତିଆରି କରିଛି।

Xiaomiର ଅଧିକାରିକ େଓ୍ଵବସାଇଟ ଅନୁଯାୟୀ, ୮ଅପ୍ରେଲରୁ MI Fan Festival 2021 ସେଲ ଆରମ୍ଭ ହେବାକୁ ଯାଉଛି। ଯାହା ଅପ୍ରେଲ ୧୩ରେ ଶେଷ ହେବ। ଏହି ଫେଷ୍ଟିଭାଲରେ ଗ୍ରାହକମାନଙ୍କ ପାଇଁ କମ୍ପାନୀ ମହଙ୍ଗା ପ୍ରଡକ୍ଟରେ ଅଫର ଆଣିଛି। ମୋବାଇଲ ଫୋନ, ଟିଭି, ଲାପଟପ୍‌ ଓ ଅନ୍ୟ ସ୍ମାର୍ଟ ହୋମ ପ୍ରଡକ୍ଟ ସେଲ କରିବାର ନିଷ୍ପତ୍ତି ନେଇଛି। ତେବେ ସବୁଠୁ ଆକର୍ଷଣୀୟ ଅଫର ହେଉଛି ୧ଟଙ୍କାରେ ଦାମୀ ପ୍ରଡକ୍ଟ। ପ୍ରତିଦିନ ଅପରାହ୍ନ ୪ଟାରେ ଗ୍ରାହକମାନଙ୍କ ପାଇଁ ୧ଟଙ୍କାରେ ସେଲ ଆରମ୍ଭ ହେବ। ଯେଉଁଥିରେ ଗ୍ରାହକମାନଙ୍କୁ ୧ଟଙ୍କାରେ ଏକ୍ସକ୍ଲୁସିଭ୍‌ ଅଫର ମିଳିବ। ଏହାପରେ ରାତି ୮ ଟାରୁ ୧୨ ପର୍ଯ୍ୟନ୍ତ ଗ୍ରାହକମାନଙ୍କୁ ‘Pick & Chose’ ଜରିଆରେ ସବୁ କମ୍ପାନୀର ପ୍ରଡକ୍ଟସ୍‌ ଉପରେ ଅତ୍ୟାଧୁନିକ ଅଫର ମିଳିବ।

ଏହି ସେଲରେ ବ୍ୟାଙ୍କ କାର୍ଡ଼ସ୍‌ ଉପରେ ମଧ୍ୟ ଅଫର ରହିଛି। HDFC Bank କାର୍ଡ଼ ବ୍ୟବହାରକାରୀଙ୍କୁ MI 10i ଓ MI 10T ସିରିଜର ଫୋନରେ ଭଲ ଡିସକାଉଣ୍ଟ ମିଳିବ। ଏହାସହ ICICI Bank କାର୍ଡ଼ ବ୍ୟବହାରକାରୀଙ୍କୁ Redmi 10 ସିରିଜର ଫୋନରେ ଡିସକାଉଣ୍ଟ ମିଳିବା ସହ ଯଦି ଆପଣ Axis Bank କାର୍ଡ଼ ହୋଲଡର୍ସ ହୋଇଥାନ୍ତି ତେବେ ଆପଣଙ୍କୁ ଅନ୍ୟ ପ୍ରଡକ୍ଟରେ ଡିସକାଉଣ୍ଟ ମିଳିବ। ଏହି ଫେଷ୍ଟିଭାଲରେ ଗ୍ରାହକ Bonanza Dealsର ମଧ୍ୟ ମଜା ଉଠାଇ ପାରିବେ। ଏଥିରେ MI Beard ଟ୍ରିମର, Redmi 20000 mAhର ପାଓ୍ଵାର ବ୍ୟାଙ୍କ , MI Smart Brand 4, Redmi earphone 2c ରହିଛି। ଯାହାକୁ ଅଫର ମାଧ୍ୟମରେ ଗ୍ରାହକ ଜିତି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.