‘ଗରିବ ହୋଇପାରନ୍ତି କିନ୍ତୁ ବେଦାୟିତ୍ୱ ନୁହେଁ’, ଟଙ୍କା ନଥିବାରୁ ପତ୍ରରେ ତିଆରି ମାସ୍କ ପିନ୍ଧୁଛନ୍ତି ଏମାନେ
କରୋନା କାଳରେ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ମାସ୍କ ପିନ୍ଧିଲେ ହିଁ କରୋନାକୁ ମାତ୍ ଦେଇହେବ। କିନ୍ତୁ କିଛି ଲୋକ ଏବେ ବି ଏହାକୁ ଖାମଖିଆଲି ଭାବେ ନେଉଛନ୍ତି ଓ ଠିକ୍ ଭାବେ ମାସ୍କ ପିନ୍ଧୁ ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଏମିତି ଫଟୋ ଭାଇରାଲ ହେଉଛି ଯାହା ଆପଣଙ୍କ ମନକୁ ବି ଛୁଇଁଯିବ।
ଭାଇରାଲ ହେଉଥିବା ଫଟୋରେ ଜଣେ ମହିଳା ଓ କୁନି ପିଲା ପତ୍ରରେ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
Poor but not irresponsible. 👇#MaskUp #WearMask pic.twitter.com/cfUOv8EJpb
— RK Vij (@ipsvijrk) April 9, 2021
ଆଇପିଏସ୍ ଅଫିସର ଆରକେ ବିଜ୍ ଫଟୋଟିକୁ ସେୟାର କରିବା ପରେ ଏବେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଫଟୋ ସେୟାର କରି ସେ କ୍ୟାପ୍ସନ୍ରେ ଲେଖିଛନ୍ତି, ଗରିବ କିନ୍ତୁ ବେଦାୟିତ୍ୱ ନୁହେଁ। ଏହି ଫଟୋ ସହ ଆଇପିଏସ୍ ଅଫିସର ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଫଟୋରେ ଥିବା ଦୁଇ ଜଣଙ୍କ ବେଶ ପୋଷାକକୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନେ ଗରିବ କିନ୍ତୁ ସରକାରଙ୍କ କଥାକୁ ଅନୁପାଳନ କରି ସେମାନେ ମାସ୍କ ବି ପିନ୍ଧିବାକୁ ଇଚ୍ଛୁକ। ମାତ୍ର ଅର୍ଥାଭାବରୁ ସେମାନେ କପଡ଼ା ମାସ୍କ ପିନ୍ଧି ପାରିନାହାନ୍ତି। ଏଣୁ ପତ୍ରକୁ ସୂତାରେ ବାନ୍ଧି ମାସ୍କ ଭଳି ପିନ୍ଧିଛନ୍ତି। ଟ୍ଵିଟରରେ ଏହି ଫଟୋଟି ବହୁଳ ଭାବେ ସେୟାର ହେବା ସହ ସମସ୍ତେ ପ୍ରଶଂସା କରୁଛନ୍ତି।