ଓଡ଼ିଶାରେ ନାହିଁ ଟ୍ରିପୁଲ ମ୍ୟୁଟାଣ୍ଟ ଭାରିଆଣ୍ଟ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ବର: ଓଡ଼ିଶାରେ ନାହିଁ ଟ୍ରିପୁଲ ମ୍ୟୁଟାଣ୍ଟ ଭାରିଆଣ୍ଟ। ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନଥିବା ଜଣାପଡ଼ିନାହିଁ। ପଶ୍ଚିମବଙ୍ଗ, ଦିଲ୍ଲୀ ଓ ଛତିଶଗଡ଼ରେ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି। ତେବେ ଏହି ଭୂତାଣୁକୁ ଟିକା ରୋକିବ କି ନାହିଁ ଅନୁଧ୍ୟାନ ଚାଲିଛି। ୨ୟ ଡୋଜ ନେବା ପରେ ସଂକ୍ରମଣ କମ୍‌ ହେବା ଆଶଙ୍କା କମ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ ରାଜ୍ୟ ସରକାର। ଘରୋଇ ହସ୍‌ପିଟାଲ ଟିକା ଉତ୍ପାଦନ ସଂସ୍ଥା ଠାରୁ ୬୦୦ଟଙ୍କାର କିଣିବେ। ରାଜ୍ୟରେ ସୋମବାରରୁ ଶୁକ୍ରବାର ଦିଆଯିବ ଟିକା । ସବୁ ସହାରାଞ୍ଚଳରେ ସପ୍ତାହନ୍ତ ସଟଡାଉନରେ ଟିକାକରଣ ବନ୍ଦ ରହିବ। ଏବେ ଟିକା ଅଭାବରୁ ୮୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଏବେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ କରାଯାଉଥିବା ବେଳେ ଆସନ୍ତା ୧ତାରିଖରୁ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ । ଅନ୍ୟପଟେ ରାଜ୍ୟରେ ICU ବେଡ୍‌ର ଅଭାବ ନାହିଁ। ଆଗକୁ ଦୈନିକ ୫୦ହଜାର ଟେଷ୍ଟ କରାଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Leave A Reply

Your email address will not be published.