ପରଲୋକରେ ଅମିତ ମିସ୍ତ୍ରୀ, କାଡିଆକ୍‌ ଆରେଷ୍ଟରେ ଆଜି ସକାଳେ ମୃତ୍ୟୁ

ବଲିଉଡ୍‌ ଅଭିନେତା ଅମିତ ମିସ୍ତ୍ରୀ ଆଉ ନାହାନ୍ତି। ଶୁକ୍ରବାର କାଡିଆକ୍‌ ଆରେଷ୍ଟରେ ତାଙ୍କ ମୃତ୍ୟୁ ଘଟିଛି। ଅମିତ ଏକାଧିକ ଟିଭି ସିରିୟଲ ଓ ଫିଲ୍ମ ସମେତ ବହୁ ୱେବ୍‌ ସିରିଜ୍‌ରେ ଅଭିନୟ କରିଛନ୍ତି। ସହର ମେ ସୋର, ସାତ ଫେରୋ କି ହେରା ଫେରି, ତେନାଲୀ ରାମା, ମ୍ୟାଡମ୍‌ ସାର ଓ ନିକଟରେ ଆମାଜନ ପ୍ରାଇମ୍‌ର ୱେବ୍‌ ସିରିଜ୍‌ ‘ବନ୍ଦିଶ ବେନ୍ଦିଟ୍ସ’ରେ ଅମିତ ନିଜ ଅଭିନୟ ଯାଦୁ ଦେଖାଇଛନ୍ତି।

ଅମିତଙ୍କ ପରଲୋକର ଖବର ଅଭିନେତ୍ରୀ କୁବ୍ରା ସୈତ୍‌ ନିଜ ଟ୍ଵିଟ୍‌ର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି- ଅମିତ ଆପଣଙ୍କୁ ପୃଥିବୀରେ ମନେ ପକାଯିବ। ପରିବାର ପାଇଁ ଗଭୀର ସମ୍ବେଦନା’। କୁବ୍ରାଙ୍କ ପରେ ଅନ୍ୟ କେତେକ କଳାକାର ମଧ୍ୟ ଅମିତଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି।

ଅମିତ ମିସ୍ତ୍ରୀ ନିଜ କ୍ୟାରିୟରରେ ଏ ଜେଣ୍ଟେଲମ୍ୟାନ୍‌, ଗଲି ଗଲି ଚୋର ହେ, ୟମଲା ପଗଲା ଦିଓ୍ଵାନା, ଶୋର ଇନ୍‌ ଦ ସିଟି, ୯୯ କ୍ୟା କେହେନା ପ୍ରମୁଖ ଫିଲ୍ମରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.