Below header

୩ଟି ପୁଅ ଥାଇବି ଅଲୋଡା ଏହି ବାପା ମାଆ, ଦୁଃଖ ଦେଖିଲେ ଆଖିରେ ଆସିଯିବ ଲୁହ

ଚାନ୍ଦବାଲି (କେନ୍ୟୁଜ) : ବାପା-ମାଆ, ଏମାନେ ଏମିତି ଯାହାକୁ ଆମେ କୌଣସି ବି ମୂଲ୍ୟ ଦେଇ କିଣିପାରିବାନି। ଏମାନେ ଅମୂଲ୍ୟ, ଦୁନିଆରେ ସବୁକିଛି ମିଳିପାରିବ ହେଲେ ବାପା ମାଆ ମିଳିପାରିବେନି। ଏ ସ୍ୱାର୍ଥପର ଦୁନିଆରେ କେବଳ ଏହି ଦୁଇ ଜଣ ଯିଏ ବିନା ସ୍ୱାର୍ଥରେ ନିଜ କର୍ତ୍ତବ୍ୟକୁ ତୁଲାଇଥାନ୍ତି। ଆଉ ବଦଳରେ ଟିକିଏ ଆଶା କରିଥାନ୍ତି ବୃଦ୍ଧ କାଳେ ଏମାନଙ୍କ ପିଲାମାନେ ଏମାନଙ୍କ କଥା ବୁଝିବେ, ଯତ୍ନ ନେବେ, ଝୁଣ୍ଟି ପଡିଲେ ବୋଉ କଣ ହେଲା ପଚାରିବେ। କାଶିଦେଲେ ବାପା ଔଷଧ ଖାଇଦିଅ ବୋଲି କହିବେ। କିନ୍ତୁ ବାପା ମାଆଙ୍କର ଏହିସବୁ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା। ବଡ ହୋଇଗଲା ପରେ ମୁଣ୍ଡକୁ ହାତ ପାଇଗଲା ପରେ ବାପା ମାଆ କିଏ ବୋଲି ଭୁଲିଯାଉଛନ୍ତି ପୁଅ ଝିଅମାନେ।

ଏବେ ବି ଆମ ସମାଜରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ଆଉ ଆପଣ ବି ଭାବିବେ ସତରେ କଣ ନିଜ ରକ୍ତ ଏମିତି ସ୍ୱାର୍ଥପର ହୋଇପାରେ। ହଁ ଆଜ୍ଞା ଆମେ ଆଜି ଯେଉଁ ଦୃଶ୍ୟ ଆପଣ ମାନଙ୍କୁ ଦେଖାଇବୁ ତାକୁ ଦେଖିଲେ ସବୁ ବାପା ମାଆଙ୍କର ପୁଅ ଉପରେ ଭରଷା ତୁଟିଯିବ। ତିନି ତିନିଟା ପୁଅ , ସମସ୍ତେ ରୋଜଗାରିଆ । ହେଲେ ଅଲୋଡା ଓ ଅବହେଳିତ ଏହି ବାପା , ମାଆ ।

maa1ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ଷଣ୍ଢଗଡା ଗାଁର ୭୦ବର୍ଷର ବୃଦ୍ଧ ଯଦୁମଣୀ ପରିଡା । ଶରୀରର ବାମ ପାଖ ହାତ ଓ ଗୋଡ ପାରାଲିସିସ । ଦେହରେ ଆଉ ବଳ ନାହିଁ । ତେଣୁ ଚଲାବୁଲା କରିବା ଭାରି କଷ୍ଟ ହୋଇପଡୁଛି । କିଛି ବାଟ ଆଶାବାଡି ସାହାର୍ଯ୍ୟରେ ଗୋଟିଏ ଗୋଟିଏ ଚାଲିପାରୁଛନ୍ତି। ଆଉ ଏ ହେଉଛନ୍ତି ଯଦୁମଣୀଙ୍କ ପତ୍ନୀ ପାକ ପରିଡା । ବୟସ ୬୫ । ତାଙ୍କର ମଧ୍ୟ ଶରୀରର ବାମ ପାଖ ପାରାଲିସସ ଯୋଗୁ ସମ୍ପୂର୍ଣ୍ଣ ଅଚଳ । ତେଣୁ ଗୋଟିଏ ଜାଗାରେ ବସି ରହୁଛନ୍ତି। ନାଁ ଚଲାବୁଲା କରିପାରୁଛନ୍ତି ନାଁ ନିଜେ ଉଠିବସି ପାରୁଛନ୍ତି। ଉଠିବାକୁ ହେଲେ ଅନ୍ୟ ଲୋକର ସାହାଯ୍ୟ ଦରକାର ପଡୁଛି। ଏହି ବୃଦ୍ଧ ଦମ୍ପତି ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ପାଖରେ ଟଙ୍କା କି ଲୋକ ବଳ ନଥିବାରୁ ମେଡିକାଲ ନଜାଇ ଘରେ ରହି ରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

fatherଏହି ବୃଦ୍ଧ ଦମ୍ପତିଙ୍କର ତିନି ତିନିଟା ପୁଅ ଓ ଗୋଟିଏ ଝିଅ । ପୁଅ ଜନ୍ମ କରି ଦୁଃଖ କଷ୍ଟ ସହି ବଡ କଲେ । ଓଳିଏ ଖାଇ ନିଜେ ଓଳିଏ ଓପାସ ରହି ପୁଅ ମାନଙ୍କୁ ପାଠ ପଢାଇଲେ । ହେଲେ ପୁଅ ରୋଜଗାରକ୍ଷମ ହେଲା ପରେ ବିବାହ ହୋଇ ନିଜ ସ୍ତ୍ରୀଙ୍କୁ ଧରି ବିଦେଶରେ ରହିଲେ । ବୁଢା ବାପା , ମାଆକୁ ଭୂଲିଗଲେ । ଯେଉଁ ସମୟରେ ପୁଅ ବାପା, ମାଆଙ୍କୁ ପୋଷିବା ସହ ଯତ୍ନ ନେବା କଥା ସେ ସମୟରେ ପୁଅ ପାଖରେ ନାହିଁ । ବାପା , ମାଆ ଖାଇଲେ କି କିପରି ରହିଲେ ବୁଝିବାର ନାହିଁ । ପୁଅ ପାଖରେ ନଥିବାରୁ ବୃଦ୍ଧ ଦମ୍ପତି ଏବେ ରୋଗାଗ୍ରସ୍ତ । ନିଜର ଝିଅ କେତେବେଳେ କେମିତି ଆସି ବାପା-ମାଙ୍କ ସେବା କରୁଛି । ଘରର ଅବସ୍ଥା ମଧ୍ୟ ଭଲନୁହେଁ । ନୁଆଣିଆ ଚାଳ ଛପର ଘର ।

ବୃଦ୍ଧ ଓ ବୃଦ୍ଧାକୁ ସରକାରଙ୍କ ତରଫରୁ ମେଡିକାଲ ନେଇ ଚିକିତ୍ସା କରିବା ସହ ପକ୍କା ଘର ପ୍ରଦାନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ତାହାସହ ଯଦି କେହି ସହୃଦୟ ବ୍ୟକ୍ତି କି ସଂଗଠନ ଏହି ଅସହାୟ ବୃଦ୍ଧ ଦମ୍ପତିକୁ ସାହାଯ୍ୟ କରନ୍ତେ ତେବେ କିଛି ମାତ୍ରାରେ ଦୁଃଖ ଲାଘବ ହୋଇପାରନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.