କୋଭିଡ ସମ୍ବନ୍ଧୀୟ ସମସ୍ତ ଅପଡେଟ ପାଇଁ ଟ୍ଵିଟର ପକ୍ଷରୁ ଜାରି ହେଲା ନୂଆ ଫିଚର
ଭାରତରେ କରୋନାର ଦ୍ୱିତୀୟ ଲହରୀରେ ସମସ୍ତେ ଅସ୍ତବ୍ୟସ୍ତ। ଆର୍ଥିକ ବ୍ୟବସ୍ଥା ଖରାପ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ସରକାରଙ୍କୁ ଚାପଗ୍ରସ୍ତ କରିଛି। ରୋଗୀଙ୍କ ପାଇଁ ଅକ୍ସିଜେନ ସମସ୍ୟା ସହ ହସ୍ପିଟାଲରେ ବେଡର ଅଭାବ ମଧ୍ୟ ଦେଖାଦେଲାଣି। କିଛି ରୋଗୀଙ୍କର ଏହି କାରଣରୁ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କିଛି ରାଜ୍ୟ ଅକ୍ସିଜେନର ଅଭାବ ପୂରଣ ପାଇଁ ଅନ୍ୟ ରାଜ୍ୟ ମାନଙ୍କର ସହାୟତା ଲୋଡୁଛନ୍ତି।
ତେବେ ସ୍ୱାସ୍ଥ୍ୟଗତ ଜନିତ ସମସ୍ତ ଖବର ଜାଣିବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପକ୍ଷରୁ ଫେସବୁକ, ଇନଷ୍ଟାଗ୍ରାମ, ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମସର ସାହାରା ନିଆଯାଇଛି। ଏହାକୁ ଧ୍ୟାନରେ ରଖି ଟ୍ଵିଟରରେ ଏକ ଫିଚର ଜାରି କରାଯାଇଛି। ମାଇକ୍ରୋବ୍ଲଗିିଂଗ ପ୍ଲାଟଫର୍ମରେ ଟ୍ଵିଟର ମେଡିକାଲ ବ୍ୟବସ୍ଥା ଜନିତ ସହାୟତା ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଡଭାନ୍ସ ସର୍ଚ୍ଚ ଫିଚର ଜାରି କରିଛି। ଏହା ସହାୟତାରେ ୟୁଜର୍ସମାନେ ଲାଟେଷ୍ଟ ଇନଫରମେସନ ଜାଣିପାରିବେ। ଏଥି ନିମିତ୍ତ ସମସ୍ତ ତଥ୍ୟ ଟ୍ଵିଟର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି।
ଏହି ଫିଚର ସାହାଯ୍ୟରେ ୟୁଜର୍ସ ଗୋଟେ ଆକାଉଣ୍ଟର ସ୍ପେଶିଫିକ ହାସଟ୍ୟାଗ୍ , ଟାଇମ ପିରିୟଡ କିମ୍ବା ଟ୍ଵିଟ୍ସ ଫିଲଟର କରିପାରିବେ। ଏହାସହ ୟୁଜର୍ସଙ୍କୁ ନିଜ ଲୋକେସନ ପାଖରେ ଥିବା ଟ୍ଵିଟସ୍ କୁ ଦେଖିବାର ଅପସନ ମଧ୍ୟ ରହିଛି। ଏଥିପାଇଁ ୟୁଜର୍ସଙ୍କୁ ସର୍ଚ୍ଚବାରରେ ସଠିକ ହାସଟ୍ୟାଗ ଦେବାକୁୁ ପଡିବ। ଏହାପରେ ଡାହାଣ ପଟେ ଥିବା ଅପସନକୁ କ୍ଲିକ କରି ‘ନିୟର ୟୁ’ ଅପସନ୍ କୁ ଅନ୍ କରିବାକୁ ପଡିବ। ମନେ ରଖନ୍ତୁ ଏହାକୁ ବ୍ୟବହାର କରିବା ଆଗରୁ ଲୋକେସନ ସେଟିଂ ଅନ୍ କରିବାକୁ ଭୁଲିବେ ନାହିଁ।
କମ୍ପାନୀ ପକ୍ଷରୁ ଏହି ଫିଚର ଜାରି ହେବାର କାରଣ ହେଉଛି, କିଛି ଦିନ ପୂର୍ବେ କରୋନା ମହାମାରୀ ପାଇଁ Remdesivir ଇଞ୍ଜେକସନ, RT-PCR ଟେଷ୍ଟ, Oxygen ସିଲିଣ୍ଡର ଓ ହସ୍ପିଟାଲ ବେଡ ଆଦିର ସର୍ଚ୍ଚ କରାଯାଇଥିଲା। ଏଥିପାଇଁ ଅଧିକ ସୂଚନା ପାଇବା ପାଇଁ ୟୁଜର୍ସଙ୍କ ପାଇଁ ଏହି ଫିଚର ଜାରି କରାଯାଇଛି।