Below header

ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଏଭରେଷ୍ଟରେ ପହଞ୍ଚିଲା କରୋନା, ମାଉଣ୍ଟ ଏଭରେଷ୍ଟରେ ମିଳିଲା ପ୍ରଥମ ପଜିଟିଭ ରିପୋର୍ଟ

କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। କରୋନା ଏବେ ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନ ଏଭରେଷ୍ଟରେ ପହଞ୍ଚିସାରିଛି। ସୂଚନା ମୁତାବକ, ମାଉଣ୍ଟ ଏଭରେଷ୍ଟର ବେସ୍‌ କ୍ୟାମ୍ପରେ ରହିଥିବା ଜଣେ ପର୍ବତାରୋହୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ପରେ ତାଙ୍କ ହେଲିକ୍ଟେପର ଜରିଆରେ କାଠମାଣ୍ଡୁ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

୧୫ ଏପ୍ରିଲରେ ଏରଲ୍ୟାଣ୍ଡ ନେସ ନାମକ ଜଣେ ପର୍ବତାରୋହୀଙ୍କ ରିପୋର୍ଟ ପଜିଟିଭି ଆସିବା ଜଣାପଡିଥିଲା। ଏହି ମାମଲାରେ ଜଣେ ଗାଇଡ ଆଷ୍ଟ୍ରିଆନ ଲୁକାସ ଫର୍ନବେସ ଏହାକୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କର ଜଲଦି ଯାଞ୍ଚ କରାନଯାଏ, ତେବେ କ୍ୟାମ୍ପରେ ଥିବା ହଜାର ହଜାର ପର୍ବତାରୋହୀ, ଗାଇଡ, ସହାୟକଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିପାରେ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କର ଯାଞ୍ଚ ହେବା ଆବଶ୍ୟକ।

ସେହିପରି ସଂକ୍ରମଣରୁ ବଞ୍ଚିବା ପାଇଁ ସମସ୍ତ ପର୍ବତାରୋହୀ ଦଳଙ୍କୁ ଅଲଗା ଅଲଗା ରଖାଯିବା ଉଚିତ। ପରସ୍ପର ମଧ୍ୟରେ ସେମାନଙ୍କର କୌଣସି ସମ୍ପର୍କ ରହିବା ଉଚିତ ନୁହେଁ। ଜଲଦି ଯିଦ ପଦକ୍ଷେପ ନ ନିଆଯାଏ ତେବେ ସ୍ଥିତି ସଂକଟାପନ୍ନ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.