‘ରାଧେ’ରେ ଅଲ୍ଲୁ ଅର୍ଜୁନଙ୍କ ‘ସିଟି ମାର’ ଗୀତକୁ କପି କଲେ ସଲମାନ୍‌ ଖାନ୍‌, ପ୍ରବଳ ଟ୍ରୋଲ୍‌ କଲେ ୟୁଜର

ନିକଟରେ ରିଲିଜ୍‌ ହୋଇଥିବା ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ର ଟ୍ରେଲର ଏବେ ବିବାଦ ମଧ୍ୟକୁ ଟାଣି ହୋଇଯାଇଛି। ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଏଥିରେ ସଲମାନ୍‌ ଗୀତ କପି କରିଥିବା ଅଭିଯୋଗ ଆସିଛି। ଫିଲ୍ମରେ ସଲମାନ୍‌ଙ୍କ ସହ ଦିଶା ପାଟନୀ ଦମ୍‌ଦାର ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି।

ତେବେ ଫିଲ୍ମର ‘ସିଟି ମାର’ ଗୀତ ଶୁଣିବା ପରେ ଲୋକମାନେ ଏହି ଗୀତ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ପୂଜା ହେଗଡେଙ୍କ ଗୀତ ସିଟି ମାରକୁ କପି କରିଥିବା କହିଛନ୍ତି। କେବଳ ଏତିକି ନୁହେଁ, ଉଭୟ ଫିଲ୍ମର ମ୍ୟୁଜିକ୍‌ ବି ପୂରା ଏକା ବୋଲି ଅଭିଯୋଗ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଅଲ୍ଲୁ ଅର୍ଜୁନ୍‌ ଓ ପୂଜା ହେଗଡେଙ୍କ ଫିଲ୍ମ ଡିଜେର ଲୋକପ୍ରିୟ ଗୀତ ‘ସିଟି ମାର’ର ହିନ୍ଦୀ ରିମେକ୍‌ ହେଉଛି ସଲମାନ୍‌ଙ୍କ ରାଧେ। ଏବେ ବଲିଉଡ୍‌ ଇଣ୍ଡଷ୍ଟ୍ରୀ ବି ଗୀତ କପି କରୁଛନ୍ତି। ଏବେ ଏହି ଇଣ୍ଡଷ୍ଟ୍ରୀରେ କିଛି ଅରିଜିନାଲ ନାହିଁ। ଜଣେ ୟୁଜର ବଲିଉଡ୍‌ ତରଫରୁ ଅଲ୍ଲୁ ଅର୍ଜୁନ୍‌ଙ୍କୁ କ୍ଷମା ମାଗିଛନ୍ତି।


ସୂଚନାଯୋଗ୍ୟ ଯେ ସଲମାନ୍‌ଙ୍କ ଫିଲ୍ମ ରାଧେ: ୟୋର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଥିଲା। ଫିଲ୍ମରେ ସଲମାନ୍‌ ଓ ଦିଶାଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଇଦ୍‌ ଅବସରରେ ମେ’ ୧୩ରେ ଫିଲ୍ମ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.