କରୋନା ଯୋଗୁ ମିଳିଲାନି ଛୁଟି, ଥାନାରେ ହିଁ ହଳଦୀ ସେରିମନି କଲେ ମହିଳା କନେଷ୍ଟବଳ; ଦେଖନ୍ତୁ ଫଟୋ

କରୋନା କାଳରେ ସବୁ ଆଡ଼ୁ ଏଭଳି ଖବର ଆସୁଛି, ଯାହା ଛାତି ଥରାଇ ଦେଉଛି। କେଉଁଠି ଲୋକମାନେ ମାନବିକତାକୁ ହଜାଇ ସାରିଲେଣି ତ ଆଉ କେଉଁଠି କେବଳ ନିଜ ସ୍ୱାର୍ଥକୁ ହିଁ ପ୍ରାଥମିକତା ଦେଉଛନ୍ତି। କିନ୍ତୁ ରାଜସ୍ଥାନରୁ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କ ମନକୁ ଛୁଇଁଯିବ। ଡୁଙ୍ଗରପୁରରେ ଜଣେ ମହିଳା କନେଷ୍ଟବଳଙ୍କ ହଳଦୀ ସେରିମନି ପୋଲିସ ଷ୍ଟେସନ୍‌ରେ ହିଁ କରାଯାଇଛି।

କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ଦେଶବ୍ୟାପୀ କଟକଣା ଜାରି ହୋଇଛି। ଏଣୁ ଥାନାରେ ହିଁ ନିଜ ହଳଦୀ ସେରିମନି କରିଛନ୍ତି କନେଷ୍ଟବଳ। ରିପୋର୍ଟ ମୁତାବକ, ପୋଲିସ କନେଷ୍ଟବଳ ଆଶାଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ବଢ଼ୁଥିବାରୁ ତାଙ୍କୁ ଛଟି ମିଳିପାରିନଥିଲା। ଏହି କାରଣରୁ ସେ ଥାନାରେ ହିଁ ହଳଦୀ ସେରିମନି କରିଥିଲେ। ଥାନାରେ ଅନ୍ୟ ମହିଳା କନେଷ୍ଟବଳ କନ୍ୟା ଆଶାଙ୍କୁ ହଳଦୀ ଲଗାଇଥିଲେ ଓ ମଙ୍ଗଳ ଗୀତ ଗାଇ କର୍ମ କରିଥିଲେ।

ଏ ନେଇ ଆଶା କହିଛନ୍ତି, ଗତ ବର୍ଷ ମେ ମାସରେ ମୋ ବାହାଘର ହେବାର ଥିଲା। କିନ୍ତୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଓ କରୋନା ଯୋଗୁ ବିବାହ ସ୍ଥଗିତ କରାଯାଇଥିଲା। ଏଥରକ ତାଙ୍କ ବିବାହ ୩୦ ଏପ୍ରିଲରେ ହେବାର ଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ତାଙ୍କୁ ଡ୍ୟୁଟିରେ ରହିବାକୁ ପଡ଼ିଲା। ଏଣୁ ବାଧ୍ୟ ହୋଇ ସେ ଅଫିସରେ ହିଁ ହଲଦୀ ସେରିମନି କରିଛନ୍ତି।

ଥାନାର ମହିଳା ଷ୍ଟାଫ୍‌ମାନେ ପରିବାର ଭଳି ଦାୟିତ୍ୱ ନେଇ ବିବାହର ମଙ୍ଗଳ ଗୀତ ଗାଇ ଆଶାଙ୍କୁ ହଳଦୀ ଲଗାଇଥିଲେ। ଫଟୋରେ ଆପଣ ଦେଖିପାରୁଥିବେ ଯେ ମହିଳା ଷ୍ଟାଫ୍‌ ମିଶି ଆଶାଙ୍କୁ ହଳଦୀ ଲଗାଉଛନ୍ତି। କୁହାଯାଉଛି ଯେ ଆଶାଙ୍କୁ ବିବାହ ପାଇଁ ଛୁଟି ମିଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.