Below header

କେନ୍ଯୁଜର ପ୍ରଭାବ: ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ଶୁଭଶ୍ରୀ ହତ୍ୟାକାଣ୍ଡର ଗୁମର, ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ

ଯାଜପୁର ଟାଉନ : କେନ୍ଯୁଜର ପ୍ରଭାବ । ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିତ ଯାଜପୁର ଖଣ୍ଡରା ଗାଁ ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡର ଗୁମର । ଶୁଭଶ୍ରୀ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅରୁଣ ଜେନାକୁ ୩ ଦିନିଆ ରିମାଣ୍ଡରେ ଆଣି ପଚାରା ଉଚୁରା ଆରମ୍ଭ କରିଛି ପୋଲିସ । ପରିବାର ଲୋକ,ଗ୍ରାମବାସୀ ଙ୍କ ଅଭିଯୋଗ ସଂପର୍କରେ ବାରମ୍ବାର କେନ୍ଯୁଜରେ ଖବର ପ୍ରସାରଣ ହେବା ପରେ ଖୋଦ ଏସପି ତଦନ୍ତ ନେଇ ଅନୁଧ୍ୟାନ କରିଛନ୍ତି । ଶୁଭଶ୍ରୀଙ୍କ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ହାତ ଥିବା ଅଭିଯୋଗ କରି ପରିବାର ଲୋକେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଏହି ଘଟଣାରେ ଉଭୟ ବିଜେପି ଓ କଂଗ୍ରେସ ହସ୍ତକ୍ଷେପ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଅରୁଣ ଶୁଭଶ୍ରୀଙ୍କୁ ନେଇ ଖଣ୍ଡରା ପଂଚାୟତ ଅଫିସରେ ରଖି ତା ସହିତ ଏକାଧିକ ଥର ଶାରିରୀକ ସଂପର୍କ ରଖିଥିବା ନେଇ ପୋଲିସ କହିବା ପରେ ବିବାଦ ଆରମ୍ଭ ହୋଇଛି । ଏହି ଘଟଣାକୁ ସଂପୂର୍ଣ୍ଣ ପୋଲିସର ମନଗଢ଼ା ବୋଲି ଗ୍ରାମବାସୀ କହି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ପାଇଁ ଏକାଧିକ ଥର ଯାଜପୁର ଏସପି ଓ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପୋଲିସ ଅରୁଣଙ୍କୁ ପଚରାଉଚୁରା କରିବା ପରେ ଅନେକ ତଥ୍ୟ ଦେଇଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ଗାଡି ଡ୍ରାଇଭର ହରିହରର ଭୂମିକା ଥିବାର ପ୍ରମାଣ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଯଦି ଶୁଭଶ୍ରୀଙ୍କୁ ପଂଚାୟତ ଅପିଂସରେ ରଖାଯାଇନଥିଲା ତା ହେଲେ କେଉଁ ସ୍ଥାନରେ ଦୁସ୍କର୍ମ କରାଯାଇ ହତ୍ୟା କରାଯାଇଥିଲା ତାର ଖୋଳତାଡ ଜାରି ରଖିଛି ପୋଲିସ ।

ଶୁଭଶ୍ରୀଙ୍କ କଙ୍କାଳ କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ପରେ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ଦୁର୍ନିତିଗସ୍ତ ପୋଲିସ ପ୍ରଥମେ ଏହାକୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲା । ଏବେ ଖୋଦ ଏସପି ଘଟଣାର ତଦନ୍ତ ଅନୁଧ୍ୟାନ କରୁଥିବାରୁ ଶୁଭଶ୍ରୀକୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.