କରୋନା ପଜିଟିଭ ରିପୋର୍ଟ ଶୁଣି ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମହିଳା ଡାକ୍ତର

କରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିଛି। କରୋନା ଯୋଗୁଁ କେତେକଙ୍କ ଶାରିରୀକ ଓ ମାନସିକ ସ୍ଥିତି ବିଗୁଡୁଛି ତ ଆକି କିଛି ଲୋଙ୍କର ଚାଲିଯାଉଛି ଜୀବନ । ଏହା ମଧ୍ୟରେ କିଛି କରୋନା ସଂକ୍ରମିତ ଲୋକ ଭୁଲ ପଦକ୍ଷେପ ନେଇଯାଉଛନ୍ତି। ସେମିତି ଚରମ ପଦକ୍ଷେପ ନେଇଛନ୍ତି ଜଣେ ମହିଳା ଡାକ୍ତର । ନିଜର ମାନସିକ ସନ୍ତୁଳନ ହରାଇ ସହ ସେ ୧୪ ମହଲାରୁ ଡେଇଁ କରିଛନ୍ତି ଆତ୍ମହତ୍ୟା ।

ଗ୍ରେଟର ନୋଏଡା ସେକ୍ଟର ୧୩୭ରେ ଘଟିଛି ଏଭଳି ଘଟଣା । ରିପୋର୍ଟ ପଜିଟିଭ ଆସିବା ପରେ ସେ ଏପରି କାମ କରିଥିବା କୁହାଯାଉଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଗତ ୨ଦିନ ତଳେ ଗ୍ରେଟର ନୋଏଡା ସୁରଜ ଥାନା ଅଧିନରେ ରହୁଥିବା ମହିଳା ଡାକ୍ତର ଏହଂ ତାଙ୍କ ସ୍ୱାମୀଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଦିଲ୍ଲୀରେ ସ୍ଥିତି ସଂଗୀନ ହେଉଥିବା ବେଳେ ଏପରି ଘଟଣା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.