ମାଲକାନଗିରି: ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା, କହିଲେ ପୋଲିସକୁ ଉଚିତ ଜବାବ ଦିଆଯିବ

କେନ୍ୟୁଜ୍(କେନ୍ୟୁଜ୍): ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ  ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା  ବିକାଶ ।ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟୀକରଣ ଦେଇଛନ୍ତି  ମାଓ ନେତା । ଡ୍ରୋନ କ୍ୟାମେରାକୁ ଆଧାର କରି ମାଓବାଦୀ ଉପରେ ଏୟାର  ଷ୍ଟ୍ରାଇକ କରିଥିଲା ପୋଲିସ। ଏହାର ଜୀବନ୍ତ ଉଦାହରଣ ଦେଇଛି ମାଓ ସଙ୍ଗଠନ। କେଉଁ ଗାଁରେ ବମ ବର୍ଷା ହଇଥିଲା ତାର ଭିଡ଼ିଓ ଫୁଟେଜ ଜାରି କରିଛି ମାଓ ସଙ୍ଗଠନ। ମାଓ ନେତା ବିକାଶ କହିଛନ୍ତି ପୋଲିସ ଯଦି ଏଭଳି ଏୟାର ଷ୍ଟ୍ରାଇକ କରିବେ ତାର ଉଚିତ ଜବାବ ଦିଆଯିବ। ଡ୍ରୋନ କ୍ୟାମେରାକୁ କିଭଳି ନିଶାନା କରାଯାଇଥିଲା ବୋଲି ପ୍ରଶ୍ନ କରିବାରୁ ତାହା ମାଓବାଦୀଙ୍କ ସିକ୍ରେଟ ଟେକନିକାଲ ଅଟାକ ତେଣୁ କହିବା ଠିକ ହେବନି ବୋଲି ମାଓ ନେତା ବିକାଶ କହିଛି। ଆହୁରି କହିଛନ୍ତି ଡ୍ରୋନ  ଅଲଗା ଚିତ୍ର ଉତ୍ତଳନ କରିବା ପାଇଁ ଆସିଥଲା। ତାର ସହଯୋଗରେ ଏୟାର ଷ୍ଟ୍ରାଇକ କରାଯାଇଛି।

mao 1

୧୯ ତାରିଖ ସାଢେ ତିନିଟା ବେଳେ ପୋଲିସ ଏୟାର ଷ୍ଟ୍ରାଇକ କରିଥିଲା। ଠିକ ଘଣ୍ଟାଏ ଆଗରୁ ଡ୍ରୋନକୁ ଖସେଇବାରେ ସଫଳ ହେଇଥିଲା ମାଓବାଦୀ। ଏୟାର ଷ୍ଟ୍ରାଇକ ପୂର୍ବରୁ ମାଓବାଦୀ ଜାଣି ପାରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ।ତେଣୁ ପୋଲିସ କ୍ଷତି ପହଁଞ୍ଚାଇ ପାରିଲା ନାହିଁ। ଡ୍ରୋନ କ୍ୟାମେରା ଅଟାକ ପରେ ମାଓବାଦୀ ତାର ନୂଆ ରଣନୀତି କରି ପୋଲିସକୁ ଟାର୍ଗେଟ କରିବ। ଶାନ୍ତି ବାର୍ତ୍ତା ପାଇଁ  ପୋଲିସ ଏବଂ ସରକାରଙ୍କ ସହ ମାଓବାଦୀ ଆଲୋଚନା କରିବାକୁ ପ୍ରସ୍ତୁତ।କିନ୍ତୁ ପୋଲିସ ଯଦି ଏଭଳି ଅଟାକ କରିବ ତାହେଲେ ଆଲୋଚନା କରିବା ଅସମ୍ଭବ। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼ ମାଓବାଦୀ ମଧ୍ୟରେ କୌଣସି ମତଭେଦ ନାହିଁ।ଏଭଳି ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା। ଜନ ଆନ୍ଦୋଳନ ବିରୋଧରେ ପୋଲିସ ଫୋର୍ସ ଯେତେ ମୃତୟନ ହେଲେ ମଧ୍ଯ ତାର କଡା ଜବାବ ଦେବାକୁ ପୁରା ସକ୍ଷମ ଅଛି ମାଓ ସଙ୍ଗଠନ।

ପ୍ରତ୍ୟେକ ପୋଲିସ ଥାନା ଏବଂ ସୁରକ୍ଷା କର୍ମୀ ନିୟୋଜିତ କ୍ୟାମ୍ପ ନିକଟରେ ଆମର ମାଓ ସଙ୍ଗଠନ ସେଠାରେ ସକ୍ରିୟ ରହିଛି ଆଉ ଆଗକୁ ମଧ୍ୟ ପୋଲିସ ଏବଂ ସରକାର ବିରୋଧରେ ଲଢ଼ିବା ଜାରି ରହିବ। କରୋନା ପ୍ରଭାବରେ ଦେଶର କ୍ଷତି ହୋଇଛି । କିନ୍ତୁ ମାଓ ସଙ୍ଗଠନରେ  ଏହାର ବେଶୀ ଫାଇଦା ହୋଇଛି। ଦଣ୍ଡକାରଣ୍ୟ ସ୍ପେଶାଲ  ଜୋନାଲ କମିଟର ମୁଖ୍ୟ ରାମନା ମୃତ୍ୟୁ ପରେ ନୂଆ ମୁଖ୍ୟ ନିଯୁକ୍ତି ସରିଛି ମାଓ ସଙ୍ଗଠନ ରେ। ଏଭଳି ସୂଚନା ଦେଇଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପ୍ରବକ୍ତା ବିକାଶ। ଅନ୍ୟପଟେ ଏହି ଅଞ୍ଚଳରେ  ପୋଲିସର ଏୟାର ଷ୍ଟ୍ରାଇକ ବିରୋଧରେ ଏକ ଜୁଟ  ହୋଇଛନ୍ତି ସହ ସହ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.