ଛିଃ ଇଏ ପୁଅ ନା ରାକ୍ଷସ! ମା’କୁ ମାରି ମାଂସକୁ ତରକାରୀ କରି ଖାଇଲା ପୁଅ, ପୋଷା କୁକୁରକୁ ବି ଖୁଆଇଲା

ମା’କୁ ମାରି ଅଙ୍ଗ ପ୍ରତ୍ୟଙ୍ଗକୁ ରାନ୍ଧି ଖାଇଲା ପିଶାଚ ପୁଅ। କେବଳ ନିଜେ ଖାଇନି ବରଂ ପୋଷା କୁକୁର ବି ଚଖାଇଛି ମଣିଷ ମାଂସର ସ୍ୱାଦ। ଏଭଳି ଜଘନ୍ୟ ମାମଲା ସାମ୍ନାକୁ ଆସିଛି ସ୍ପେନ୍‌ରୁ। ଘଟଣା ଘଟିଥିଲା ୨୦୧୯ ମସିହାରେ। ଏବେ ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇଛି। ସ୍ପେନ୍‌ର ଆଲବର୍ଟୋ ସାନ୍‌ଚେଜ୍‌ ଗୋମେଜ୍‌ ନାମକ ଯୁବକଙ୍କ ବିରୋଧରେ ନିଜ ୬୬ ବର୍ଷୀୟା ବୃଦ୍ଧା ମା’କୁ ହତ୍ୟା କରିବା ପରେ ତାଙ୍କ ମାଂସକୁ ରାନ୍ଧି ଖାଇଥିବା ଅଭିଯୋଗ ଆସିଥିଲା।

ଶୁଣାଣି ବେଳେ ପୋଲିସ କହିଛି, ଯେତେବେଳେ ସେମାନେ ଆଲବର୍ଟୋ ସାନ୍‌ଚେଜ୍‌ ଗୋମେଜ୍‌କୁ ତାଙ୍କ ଘରୁ ଧରିଥିଲେ, ସେତେବେଳେ ଘରେ ଇତସ୍ତତ ଭାବେ ମଣିଷ ଅଙ୍ଗ ପ୍ରତ୍ୟଙ୍ଗ ପଡ଼ିଥିଲା। କିଛି ଅଙ୍ଗ ପ୍ଲାଷ୍ଟିକ୍‌ ଡବାରେ ବି ରଖାଯାଇଥିଲା।

ଆଲବର୍ଟୋ ସାନ୍‌ଚେଜ୍‌ ଗୋମେଜ୍‌ଙ୍କ ବିରୋଧରେ ଅଭିଯୋଗ ଅଛି ଯେ ସେ ପ୍ରଥମେ ନିଜ ମା’ଙ୍କୁ ହତ୍ୟା କରିଥିଲା। ପରେ ତାକୁ ଟିକ୍‌ ଟିକ୍‌ ଖଣ୍ଡରେ କାଟି ରୋଷେଇ କରି ଖାଇଥିଲା। ପୋଷା କୁକୁରକୁ ବି ଉକ୍ତ ମାଂସ ତରକାରୀ ଖାଇବାକୁ ଦେଇଥିଲା ଅଭିଯୁକ୍ତ।

ମାତ୍ର ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ଅଭିଯୁକ୍ତର ଓକିଲ ଯୁକ୍ତି ବାଢ଼ିଥିଲେ ଯେ ଆଲବର୍ଟୋ ସାନ୍‌ଚେଜ୍‌ ଗୋମେଜ୍‌ର ମନେ ନାହିଁ ସେ ନିଜ ମା’କୁ ହତ୍ୟା କରିଛି କି ନାହିଁ। ତେବେ କେତେକ ରିପୋର୍ଟରେ କୁହାଯାଉଛି ଯେ ଗିରଫ ହେବା ପୂର୍ବରୁ ଆଲବର୍ଟୋ ସାନ୍‌ଚେଜ୍‌ ଗୋମେଜ୍‌ ଡ୍ରଗ୍ସ ନେଉଥିଲା। ସେ ପର୍ସନାଲିଟି ଡିସ୍‌ଅର୍ଡର ରୋଗରେ ମଧ୍ୟ ପୀଡ଼ିତ। ତେବେ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ପରେ ଅଭିଯୁକ୍ତକୁ କି ଦଣ୍ଡ ମିଳିବ ତାହା ଜଣାପଡ଼ିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.