Below header

କରୋନା ମହାମାରୀ ଭିତରେ ଚିନ୍ତା ବଢ଼ାଇଲା ‘ବ୍ଲାକ ଫଙ୍ଗସ୍’, କୋଭିଡ ୧୯ରୁ ସୃଷ୍ଟି ହେଉଛି ଏହି ବିରଳ ରୋଗ

କୋଭିଡ ମହାମାରୀ ଭିତରେ ଏବେ ଚିନ୍ତା ବଢ଼ାଇଲାଣି ‘ବ୍ଲାକ ଫଙ୍ଗସ୍’। ଗତ କିଛି ଦିନରେ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି ଏହି ବ୍ଲାକ ଫଙ୍ଗସ୍‌ ମାମଲା। ଦିଲ୍ଲୀର ହସପିଟାଲରେ ବ୍ଲାକ୍ ଫଙ୍ଗସ୍ ମାମଲା ଦେଖିବାକୁ ମିଳିଛି । କୋଭିଡ ସଂକ୍ରମଣରୁ ବ୍ଲାକ ଫଙ୍ଗସ୍ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ‘ମ୍ୟୁକୋରମାଇସିସ୍’ ବୋଲି କୁହାଯାଉଛି । ଡାଇବେଟିସ୍, କିଡନୀ, ହୃଦଘାତ କିମ୍ବା କର୍କଟ ରୋଗୀଙ୍କ ନିକଟରେ ଏହି ସଂକ୍ରମଣ ଦେଖାଯାଉଛି । ଗତବର୍ଷ ୧୫ ଦିନ ମଧ୍ୟରେ ଅତି କମରେ ୧୦ ଲୋକ ସଂକ୍ରମିତ ହୋଇଥିଲେ । ଆଉ ଏବେ ଦିଲ୍ଲୀରେ ଗତ ଦୁଇ ଦିନରେ ୬ଟି ‘ମ୍ୟୁକୋରମାଇସିସ୍’ ରୋଗୀ ଆଡମିଟ ହୋଇଛନ୍ତି । ଏହି ବେମାର ଦ୍ୱାରା ରୋଗୀଙ୍କ ଆଖିର ଦୃଷ୍ଟିଶକ୍ତି ହରାଇବାର ଭୟ ରହିଛି । ଏହା ଏକ ଗମ୍ଭୀର ଓ ବିରଳ ଫଙ୍ଗଲ୍ ସଂକ୍ରମଣ, ଯାହା କୋଭିଡ ୧୯ ଦ୍ୱାରା ସୃଷ୍ଟି ହୋଛି ।

କରୋନାରେ ସଂକ୍ରମିତ ରୋଗୀ ଅବା କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରେ ଏହି ବ୍ଲାକ ଫଙ୍ଗସ ଇନଫେକସନ୍‌ ଦେଖାଯାଇଛି। ଏହି ବିରଳ ରୋଗ ଖାସ କରି ସେହିମାନଙ୍କ ଠାରେ ଦେଖିବାକୁ ମିଳୁଛି ଯେଉଁମାନଙ୍କ ଶରୀର କୌଣସି ରୋଗ ସହ ଲଢ଼େଇ କରିବାରେ ସକ୍ଷମ ହେଉନାହିଁ। ଅର୍ଥାତ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଛି। ଏହାଛଡା ଯେଉଁମାନେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ଅଛନ୍ତି।

black fungusଏହି ରୋଗ ହେଲେ ଏହାର କେତେଟା ଲକ୍ଷଣ ଦେଖାଯାଉଛି, ଯେମିତିକି ଗାଲ ସୁଖିଯିବା, ଆଖି ନାଲି ପଡିବା, ଗୋଟେ ପାଖ ନାକ ବନ୍ଦ ହୋଇଯିବା, ଆଖି ଯନ୍ତ୍ରଣା ହେବା, ଆଖି ଫୁଲିଯିବା ଆଦି। ତେବେ ଯଦି ପ୍ରଥମରୁ ଏହି ରୋଗର ଚିକିତ୍ସା କରାନଯାଏ ତାହେଲେ ସମୟ କ୍ରମେ ଆହୁରି ଘାତକ ହୋଇପାରେ। ରୋଗୀର ଜୀବନ ମଧ୍ୟ ଚାଲିଯାଇପାରେ। ରୋଗୀଙ୍କ ଚିକିତ୍ସାରେ ଷ୍ଟେରଏଡ୍ ବ୍ୟବହାର ଫଙ୍ଗଲ ସଂକ୍ରମଣର ଗୋଟିଏ କାରଣ ହୋଇପାରେ ବୋଲି ଡାକ୍ତର କହିଛନ୍ତି ।

ଗତବର୍ଷ ରୋଗର ମୃତ୍ୟୁହାର ୫୦ ପ୍ରତିଶତ ରହିଥିଲା । ଏହି ରୋଗ କାରଣରୁ ଅନେକ ଲୋକଙ୍କର ଜୀବନ ଯାଇଥିଲା। ସେହିପରି ଅନେକ ଲୋକଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଚାଲି ଯାଇଥିଲା।ଗତ ବର୍ଷ ଅହମ୍ମଦାବାଦରେ ଏହିଭଳି ୫ଟି ମାମଲା ଦେଖିବାକୁ ମିଳିଥିଲା। ଯେଉଁଥିରେ କିଛି କରୋନା ସଂକ୍ରମିତ ଥିଲେ ତ ଆଉ କିଛି କରୋନାରୁ ଭଲ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ଚାଲିଗଲା। ତେଣୁ ଏହି ରୋଗର ଆରମ୍ଭରୁ ଏହାର ଲକ୍ଷଣକୁ ଜାଣି ଚିକିତ୍ସା କରାଇନେବା ନିହାତି ଜରୁରୀ। ନାକରେ ବାଧା, ଆଖି ଏବଂ ଗାଲ ଫୁଲିବା କିମ୍ବା ଗାଲ କଳା ପଡିଯିବା ସୁଖିଯିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଟିଫଙ୍ଗଲ୍‌ ଥେରାପୀର ଆରମ୍ଭ କରିଦିଆଯାଏ ତାହେଲେ ରୋଗୀର ଜୀବନ ରକ୍ଷା ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.