ଭୁବନେଶ୍ବର: ସବୁଠୁ ବଡ଼ କଥା ହେଉଛି ରାଜ୍ୟରେ ନୂଆ ପଜିଟିଭ୍ କେସ୍ ଓ ସୁସ୍ଥ ସଂଖ୍ୟା ପାଖାପାଖି ସମାନ ରହିଛି । ନୂଆ ପଜିଟିଭ୍ କେସ୍ ୯ ହଜାର ୭୯୩ ଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ହଜାର ୭୦୬ । ଖୋର୍ଦ୍ଧାରେ ୧୫୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୮୭ ସୁସ୍ଥ ହୋଇଛନ୍ତି ।
ସୁନ୍ଦରଗଡ଼ରେ ଗତ ୨୪ ଘଣ୍ଟାରେ ୧ହଜାର ୧୮ ମାମଲା ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ୧୧୦୦ । ସେହିଭଳି କଟକରେ ୬୪୧ ନୂଆ ପଜିଟିଭ କେସ ଆସିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୮୨୩ । ସମ୍ବଲପୁରରେ ୩୫୬ ନୂଆ କେସ ଆସିଥିବା ବେଳେ ୪୨୫ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରେ ୩୧୪ ନୂଆ କେସ ଆସିଥିବା ବେଳେ ୧୨୫ ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୫ ଲକ୍ଷ ୫୪ ହଜାର ୬୬୬ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୫୭ ହଜାର ୫୬୯ ।
ରାଜ୍ୟରେ ସୁସ୍ଥତା ହାର ରହିଛି ୮୨.୫୦ ପ୍ରତିଶତ । ଏହି ସଂଖ୍ୟାକୁ ଦେଖିଲେ ହସପିଟାଲ ବେଡ୍ ଓ ଆଇସିୟୁ ଚାପକୁ ଅନେକାଂଶରେ କମାଇ ପାରିଛି । ଏବେ ବି ରାଜ୍ୟରେ ପଜିଟିଭିଟି ରେଟ୍ ରହିଛି ୨୦ ପ୍ରତିଶତ । ୪୬ ହଜାର ୨୪୧ ଟେଷ୍ଟ କରାଯାଇଥିବା ବେଳେ ୯ ହଜାର ୭୯୩ ସଂକ୍ରମିତ ହୋଇଛନ୍ତି । ପଜିଟିଭିଟି ରେଟ୍ ୨୧.୧୭ ପ୍ରତିଶତ ରହିଛି । ଗତକାଲି ଥିଲା ୨୦.୭୩ ପ୍ରତିଶତ ।