ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ, ସହିଦ ନଗର ଥାନାରେ ମାମଲା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକ୍କାର ଅଭିଯୋଗ। ସହିଦନଗର ଥାନାରେ ହୋଇଛି ମାମଲା। ଅଭିଯୋଗ ମୁତାବକ ଜନୈକା ଯୁବତୀ  ଭୁବନେଶ୍ବର ନୟାପଲ୍ଲୀ ଗଡ଼ ସାହିରେ ରୁହନ୍ତି। ସେ କୌଣସି ଏକ ବେସରକାରୀ ସଂସ୍ଥାରେ କରୁଥିବାରୁ ପ୍ରତିଦିନ ବସରେ ଯିବା ଆସିବା କରନ୍ତି।  ବସରେ ଯିବା ଆସିବା କରିବା ଭିତରେ ଯୁବତୀ  ଜଣଙ୍କୁ ଯାଜପୁର ଚଣ୍ଡିଖୋଲର ସନ୍ତୋଷ କୁମାର ସାମଲ ନାମକ ଜଣେ  ଯୁବକ ପ୍ରେମ ନିବେଦନ କରିଥିଲା।

ପରେ ବିବାହର ପ୍ରତିଶୃତି ଦେଇ ଦୀର୍ଘ ୯ ବର୍ଷ ହେବ ସନ୍ତୋଷ ଯୁବତୀ ଜଣକ ସହ ଶାରୀରିକ ସମ୍ପର୍କ ରଖୁଆସୁଥିଲା। ଏମିତିକି ଯୁବତୀଙ୍କ ଠାରୁ  ଜୋର ଜବରଦସ୍ତ ଟଙ୍କା ଛଡାଇ ନେଉଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ । କିନ୍ତୁ  ଗତ ୧୪/୦୪/୨୦୨୧ରେ  ସନ୍ତୋଷ ଅନ୍ୟତ୍ର କେଉଁଆଡେ ବିବାହ କରିଥିବାର ଖବର ପାଇଲେ ଯୁବତୀ ଜଣକ । ଯାହାକୁ  ନେଇ ଆଜି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏଘଟଣା ସମ୍ପର୍କରେ  ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.