ପଦ୍ମପୁର (କେନ୍ୟୁଜ୍): ପଦ୍ମପୁର ଉପକାରାଗାରରେ କରୋନା । ୮୩ ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜେଲରେ ଥିବା ୧୨୪ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
୫ଜଣ ପଦ୍ମପୁର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଆକ୍ରାନ୍ତ ଜେଲରେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ପଦ୍ମପୁର ଏସଡିଏମଓ ।