ବାଇଗଣରେ ମଞ୍ଜି ଅଛି କି ନାହିଁ ଜାଣିବା ପାଇଁ କିଣିବା ବେଳେ ଆପଣାନ୍ତୁ ଏହି ଉପାୟ

ପନିପରିବା ମଧ୍ୟରେ ବାଇଗଣ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଆଉ କିଛି ପସନ୍ଦ କରିନଥାନ୍ତି। ସେହିପରି ବାଇଗଣରେ ମଞ୍ଜି ନଥିଲେ ତାହା ଖାଇବାକୁ ଭଲ ଲାଗେ। କିନ୍ତୁ ଆମେ ବାଇଗଣ କିଣିବା ବେଳେ ଭଲ ବାଇଗଣ ବାଛି ନ ପାରି ମଞ୍ଜିଥିବା ବାଇଗଣ କିଣି ଆଣୁ। ଯାହା ଖାଇବାକୁ ଭଲ ଲାଗେ ନାହିଁ। ତେବେ ଆଜି ଆସନ୍ତୁ ଜାଣିବା ବଜାରରୁ ବାଇଗଣ କିଣିବା ବେଳେ କେମିତି ଜାଣିବେ ସେଥିରେ ମଞ୍ଜି ଅଛି ନା ନାହିଁ…

ବାଇଗଣ କିଣିବା ବେଳେ ପ୍ରଥମେ ହାଲକା ଦବାନ୍ତୁ। ଯଦି ବାଇଗଣ ଦବୁଛି ତେବେ ତାହାକୁ କିଣିକି ଆଣନ୍ତୁ। ସେହି ବାଇଗଣରେ ମଞ୍ଜି ନଥିବ। ତାହା ଖାଇବାକୁ ମଧ୍ୟ ନରମ ଓ ସ୍ଵାଦିଷ୍ଟ ଲାଗିବ।

ମାତ୍ର ବାଇଗଣ ଚିପିଲେ ଯଦି ତାହା ଦବୁ ନାହିଁ ଓ ଟାଣ ଲାଗୁଛି ତେବେ ସେଥିରେ ମଞ୍ଜି ଅଛି। ସେଭଳି ବାଇଗଣ ଆଦୌ କିଣନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.