ଆଳି(କେ ନ୍ୟୁଜ): ବାତ୍ୟା ସହିତ ପ୍ରଚଣ୍ଡ ବର୍ଷା ମାଡରେ ଭୁଷୁଡି ପଡିଲା କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ ଗୋବିନ୍ଦପୁର ପଞ୍ଚାୟତ ମେଡିକାଲ ପୋଖରୀର କଂକ୍ରିଟ ଓ୍ବାଲ୍। ପଞ୍ଚାୟତ ଦ୍ଵାରା ଚାଲୁ ରହିଥିଵା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଗୋବିନ୍ଦପୁର ରାସ୍ତାକଡରେ ଥିବା ଏହି ପୋଖରୀର ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଏହି ପ୍ରକଳ୍ପରେ ପୋଖରୀର ପୁନରୁଦ୍ଧାର କରାଯାଇ ପୋଖରୀର
ମଧ୍ୟ ଭାଗରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିରକୁ ଯିବା ପାଇଁ ପୋଖରୀର ପୂର୍ବପାର୍ଶ୍ବ କୂଳରୁ ଏକ କଂକ୍ରିଟ ସେତୁ ମଧ୍ୟ ନିର୍ମାଣାଧୀନ ରହିଛି।ପୋଖରୀର ସୁରକ୍ଷା ଓ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଚତୁର୍ପାର୍ଶ୍ବରେ ଏକ ସିମେଣ୍ଟ କଂକ୍ରିଟ ଓ୍ବାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିଲା।ମାତ୍ର ବାତ୍ୟା ପ୍ରଭାବରେ ତିନି ଦିନର ମୂଷଳ ଲଗାଣ ବର୍ଷା ମାଡରେ ଚାରିପାଖର କଂକ୍ରିଟ ଓ୍ବାଲ ସଂପୂର୍ଣ୍ଣ ଭୂଷୁଡି ଯାଇଛି।ଲଗାତର ପ୍ରବଳବର୍ଷା ଚାପ ଓ ଜଳସ୍ରୋତରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।