ସୋମବାର ଦିନ ଭୋଳାନାଥଙ୍କୁ ପୂଜା କଲେ ସବୁ ଇଚ୍ଛା ପୂରଣ ହୁଏ। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଏ। କୁହାଯାଏ, ଏହି ଜଗତର ରଚନା ଭଗବାନ ଶିବ ହିଁ କରିଛନ୍ତି। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ବାରା ଭକ୍ତର ସମସ୍ତ କଷ୍ଟ ଦୂର ହୋଇଥାଏ। ଲୋକ ସୋମବାର ଦିନ ବ୍ରତ ରଖନ୍ତି। ଏମିତିରେ ଏହିଦିନ ଭଗବାନ ଶିବଙ୍କୁ କିଛି ଜିନିଷ ଅର୍ପିତ କରିବା ପାଇଁ ବିଶେଷ କୃପା ରହିଥାଏ। ତେବେ ଆସନ୍ତୁ ଜାଣିବା କ’ଣ …
ସୋମବାର ଦିନ ଭୋଳାନାଥଙ୍କୁ ଚନ୍ଦନ, ଅକ୍ଷତ, ବେଲପତ୍ର, ଧତୁରା ଫୁଲ, କ୍ଷୀର, ଗଙ୍ଗାଜଳ ଅର୍ପଣ କରନ୍ତୁ। ଏହାକୁ ଅର୍ପଣ କରିବା ଦ୍ବାରା ଭୋଳାନାଥ ପ୍ରସନ୍ନ ହୁଅନ୍ତି।
ସୋମବାର ଦିନ ଶିବଙ୍କୁ ଘିଅ, ଚିନି, ଅଟାରେ ପ୍ରସ୍ତୁତ ଭୋଗ ଲଗାନ୍ତୁ। ଏହା ପରେ ଧୂପ, ଦୀପ ଏବଂ ଆରତୀକରିବ ସମସ୍ତଙ୍କୁ ପ୍ରସାଦ ଦିଅନ୍ତୁ।
ମନର କାମନା ପୂର୍ଣ୍ଣ କରିବା ପାଇଁ ଏବଂ ସମସ୍ତ କଷ୍ଟରୁ ମୁକ୍ତି ପାଇଁ ପାଇଁ ସୋମବାର ଦିନ ଗାଧୋଇ ଶିବଙ୍କ ଆରାଧନା କରନ୍ତୁ।
ସୋମବାର ଦିନ ଶିବଙ୍କ ମହା ମୃତ୍ଯୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଭୋଳାନାଥଙ୍କ ବିଶେଷ କୃପା ମିଳିବ।