ଏସିଆନ ବକ୍ସିଂ ଚାମ୍ପିଅନସିପ ଫାଇନାଲରେ ପରାସ୍ତ ହେଲେ ମେରୀ କମ୍, କଜାକିସ୍ତାନର ନାଜିମ ମାରିଦେଲେ ବାଜି

ଏସିଆନ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ କଜାକସ୍ତାନର ନାଜିମ କିଜାଇବେ ବାଜି ମାରିନେଇଛନ୍ତି। ୬ ଥର ବିଶ୍ବ ବିଜେତା ମେରୀ କମ୍କୁ ସେ ହରାଇଛନ୍ତି। ମେରୀ କମ୍ ୫୧ କିଲୋଗ୍ରାମ ବର୍ଗ ଫାଇନାଲରେ ନାଜିମଙ୍କ ବିପକ୍ଷରେ ୨-୩ରେ ହାରିଛନ୍ତି।

ଫାଇନାଲ ରାଉଣ୍ଡରେ ହାରିବା କାରଣରୁ ମେରୀ କମକୁ ସିଲଭର ପଦକରେ ସନ୍ତୋଷ ହେବାକୁ ପଡିଛି। ଏହାଛଡା ମେରୀ କମକୁ ପୁରସ୍କାର ବାବଦରେ ୫ ହଜାର ଡଲାର ମିଳିଛି।

ମେରୀ କମ୍ ଏବଂ ଲ୍ଯାଶରାମ ସରିତା ଦେବୀ ଏସିଆନ ଚାମ୍ପିଅନସିପରେ ୫ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ମେରୀ କମ୍ ୨୦୦୩, ୨୦୦୫, ୨୦୧୦, ୨୦୧୨, ୨୦୧୭ରେ ସ୍ବର୍ଣ୍ଣ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.