ବେଆଇନ ଇଟାଭାଟି ଉପରେ ଚଢାଉ କରିବାକୁ ଯାଇଥିବା ବେଳେ ରାଜସ୍ୱ ନୀରିକ୍ଷକଙ୍କ ଉପରେ ଆକ୍ରମଣ

ମାହାଙ୍ଗା(କେ ନ୍ୟୁଜ):  ରାଜସ୍ୱ ନୀରିକ୍ଷକଙ୍କୁ ଆକ୍ରମଣ। କଟକ ଜିଲ୍ଲା ମାହାଙ୍ଗା ତହସିଲ ଅଞ୍ଚଳର ପର୍ଶୁରାମପୁର ଗାଁରେ ରାଜସ୍ୱ ନୀରିକ୍ଷକଙ୍କୁ ଆକ୍ରମଣ କରାଯାଇଥିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ବେଆଇନ ଇଟାଭାଟି ଉପରେ ଚଢାଉ ପାଇଁ ଯାଇଥିବାବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅତିରିକ୍ତ ତହସିଳଦାରଙ୍କ ନେତୃତ୍ୱରେ ବେଆଇନ ଇଟାଭାଟି ଉପରେ ଚଢାଉ କରିବାକୁ ଯାଇଥିଲେ ରାଜସ୍ୱ ନୀରିକ୍ଷକ।

ସେଠାରେ ପହଂଚିବା ପରେ ଇଟାଭାଟି ପକାଉଥିବା ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ଗାଳିଗୁଲଜ କରିବା ସହ ଗାଡି ଉପରକୁ ଆକ୍ରମଣ କରିଥିଲେ । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.