ଆଉ ଲୁଚାଇପାରିବେ ନାହିଁ, ଏହି ଟ୍ରିକ ଆପଣାଇ ପଢିପାରିବେ ହ୍ବାଟସଆପରୁ delete କରିଥିବା ମେସେଜ

ହ୍ୱାଟ୍ସଆପରେ ଏମିତି ଅନେକ ଥର ହୁଏ ଯେ ୟୁଜର ମେସେଜ ପଠାଇ ଡିଲିଟ୍ କରିଦିଅନ୍ତି । ଏମିତି କ୍ଷେତ୍ରରେ ସାମ୍ନା ୟୁଜର ଜାଣିପାରିନଥାଏ ଯେ, କଣ ମେସେଜ୍ ଆସିଥିଲା । ହ୍ୱାଟ୍ସଆପରେ ଡିଲିଟ୍ ହୋଇଥିବା ମେସେଜ ପଢିବା ପାଇଁ କୌଣସି ଅଫିସିଆଲ ଉପାୟ ନାହିଁ । କିନ୍ତୁ ଆପଣ ଥାର୍ଡ ପାର୍ଟି ସାହାଯ୍ୟରେ ହ୍ୱାଟସଆପରେ ଡିଲିଟ୍ ହୋଇଥିବା ମେସେଜ ପଢିପାରିବେ ।

ସର୍ବପ୍ରଥମେ ଆପଣଙ୍କୁ ଥାର୍ଡ ପାର୍ଟି ଆପ୍ଲିକେସନ WhatsRemoved+ ଡାଉନଲୋଡ୍ କରିବାକୁ ହେବ ।

ଫୋନରେ WhatsRemoved+ ଆପକୁ ଇନଷ୍ଟଲ କରିବା ପରେ ଏହାକୁ ଖୋଲନ୍ତୁ ଏବଂ ନିୟମର ସର୍ତ୍ତକୁ ସହମତି ଦିଅନ୍ତୁ ।

ଆପକୁ କାମ କରିବା ପାଇଁ ଆପଣଙ୍କୁ ଫୋନର ନୋଟିଫିକେସନକୁ ଆକ୍ସେସ ଦେବାକୁ ହେବ ।

ଏହା ପରେ ସେହି ଆପ୍ଲିକେସନକୁ ସିଲେକ୍ଟ କରନ୍ତୁ ଯାହାର ନୋଟିଫିକେସନ ଆପଣ ଚାହୁଁନାହାଁନ୍ତି ।

ଡିଲିଟ୍ ହୋଇସାରିଥିବା ହ୍ୱାଟ୍ସଆପ ମେସେଜ ପଢିବା ପାଇଁ କେବଳ ହ୍ୱାଟ୍ସଆପ ମେସଜକୁ ଏନେବଲ କରନ୍ତୁ ଏବଂ continue ଉପରେ କ୍ଲିକ୍ କରନ୍ତୁ ।

ଏହା ବ୍ୟତୀତ ଅନ୍ୟ ଅପ୍ସନ ମଧ୍ୟ ଉପଲବ୍ଧ ହେବ ଯେଉଁଥିରେ ଫେସବୁକ, ଇନଷ୍ଟାଗ୍ରାମ ଆଦି ସାମିଲ ।

whatsapp
photo credit: WhatsApp

ଯେଉଁ ଫାଇଲକୁ ସେଭ କରିବାକୁ ଚାହୁଁଛନ୍ତି ତାକୁ ସିଲେକ୍ଟ କରନ୍ତୁ । ଏହା ପରେ ଆପଣ ଏକ ପେଜକୁ ଯିବେ ଯେଉଁଠି ସବୁ ଡିଲିଟ୍ ହୋଇଥିବା ମେସେଜ ନଜର ଆସିବ ।

ଆପଣଙ୍କୁ ସ୍କ୍ରିନର ଟପରେ ଡିଟେକ୍ଟେଡ୍ ଅପ୍ସନ ପାଖରେ ହ୍ୱାଟ୍ସଆପ୍ ଅପ୍ସନରେ କ୍ଲିକ କରିବାକୁ ହେବ ।

ଏହି ସେଟିଂକୁ ଏନେବଲ କରିବା ପରେ ଆପଣ ସବୁ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ ମେସେଜକୁ ପଢିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.