ଭଉଣୀ ଓ ଭାଣିଜୀକୁ ନେଇ ଯାଉଥିବା ବେଳେ ଓଲଟିଲା କାର, ଜଣେ ମୃତ, ଦୁଇ ଗୁରୁତର

କରଞ୍ଜିଆ(କେ ନ୍ୟୁଜ):  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅନ୍ତର୍ଗତ କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଆଜି ପ୍ରାୟ ୯ ଟା ସମୟରେ ଏକ କାର ଦୁର୍ଘଟଣାରେ ଭଉଣୀର ମୃତ୍ୟ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଏହି ଦୁଈ ଜଣକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି। ସୂଚନା ଦେବା ଯୋଗ୍ୟଯେ ଭଦ୍ରକ ସଦରରୁ ଏକ ମାରୁତି ଅଲଟୋ ଗାଡ଼ି ନମ୍ବର ଓଡ଼ି ୧୧ ସି ୯୦୪୧ ଯୋଗେ ଦୁଷ୍ମନ୍ତ ମାହାଲା(୩୫) ନାମକ ଜଣେ ଯୁବକ ନିଜ ଭଉଣୀ ସୌମ୍ୟ ରଞ୍ଜିତା ମାହଲା (୩୦)ଓ ଭାଣିଜୀ ମୁକ୍ତା(୫)ଙ୍କୁ ନେଇ କରଞ୍ଜିଆ ବଣ ସାହିକୁ କାର ଯୋଗେ ଯାଉଥିବା ସମୟରେ ସୁନାରିପୋଷି ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ବାରୁ ଗାଡ଼ିଟି ରାସ୍ତାରେ ଓଲଟି ପଡିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲୁଥିବା ବେଳେ ଭଉଣୀ ସୋମ୍ୟ ରଞ୍ଜିତା ମାହାଲାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ।ଦୁର୍ଘଟଣାରେ ଗୁରୁତର ଥିବା ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।ଠାକୁରମୁଣ୍ଡା ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାଯାଇଛି।

Leave A Reply

Your email address will not be published.