ଏଠି ପ୍ରକୃତରେ ପାଗଳ କିଏ ? ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ଲୁହା ରଡ଼ରେ ରକ୍ତାକ୍ତ କରି ଚାଲିଗଲେ ଯୁବକ

 କାକଟପୁର(କେ ନ୍ୟୁଜ): ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ଅମାନୁଷିକ ଆକ୍ରମଣ । ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ଗତ କିଛିଦିନ ଧରି ବୃଦ୍ଧ ଜଣକ ସେଠାରେ ରହି ଆସୁଥିଲେ। ଗତକାଲି ସେହି ଗାଁ ଭିତରେ ଚାଲିଚାଲି ଯାଉଥିବା ବେଳେ ହଠାତ ଜଣେ ଯୁବକ ତାଙ୍କୁ ଲୁହାରଡ଼ରେ ଆକ୍ରମଣ କରିଥିଲା। ପ୍ରବଳ ଯନ୍ତ୍ରଣାରେ ସେ ତଳେ ପଡ଼ି ଚିତ୍କାର କରିବା ପରେ ମଧ୍ୟ କେହି ସହାୟତା କରିବାକୁ ଆସିନଥିଲେ। ବହୁ

ସମୟ ପରେ ଚାଷକାର୍ଯ୍ୟରୁ ଫେରୁଥିବା କିଛି ଯୁବକ ସେଠାରେ ପହଞ୍ଚି ବୃଦ୍ଧଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ଆମ୍ବୁଲାନ୍‌ସ ଯୋଗେ ପ୍ରଥମେ ଚାରିଛକ ଡାକ୍ତରଖାନା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଜଣେ ମାନସିକ ବିକାରଗ୍ରସ୍ତ ବୃଦ୍ଧଙ୍କୁ ଏଭଳି ଅମାନୁଷିକ ଆକ୍ରମଣକୁ ସ୍ଥାନୀୟ ନିନ୍ଦା କରିଛନ୍ତି। ଆକ୍ରମଣକାରୀକୁ ଗିରଫ କରି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

 

Leave A Reply

Your email address will not be published.