ଆଜିଠୁ ୪୩ଟି ରୁଟ୍‌ରେ ଚଲାଚଳ କରିବ OSRTC ବସ୍‌

ଭୁବନେଶ୍ୱର(କେ ନ୍ୟୁଜ): ଆଜିଠୁ ଗଡିଲା OSRTC ବସ୍‌। ୪୩ଟି ରୁଟ୍‌ରେ ବସ୍‌ ଚଲାଚଳ କରିବ। A କ୍ୟାଟେଗୋରୀ ୨୦ ଜିଲ୍ଲା ମଧ୍ୟରେ ବସ୍‌ ଚଳାଚଳ ଆରମ୍ଭ ହୋଇଛି । ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ ହିଁ ବସିକି ଯାଇପାରିବେ। କୌଣସି ଯାତ୍ରୀଙ୍କୁ ଛିଡା ହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି OSRTC ପକ୍ଷରୁ କୁହାଯାଇଛି। ବସ୍‌ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଏହାସହ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ସୁନ୍ଦରଗଡ଼ ଶାଖାରୁ ୩ଟି ବସ୍‌ ଚଳାଚଳ କରିଛି। ସୁନ୍ଦରଗଡ଼ରୁ ଲୁଲକିଡିହି ପାଇଁ ୨ଟି ଓ ନୂଆଗାଁ ପାଇଁ ଗୋଟିଏ ବସ୍‌ ଚଳାଚଳ କରୁଛି। ତେବେ ପ୍ରଥମ ଦିନରେ ଯାତ୍ରୀଙ୍କ ସେତେଟା ଭିଡ ହୋଇନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.