କରଞ୍ଜିଆ(କେନ୍ୟୁଜ୍): ଡାହାଣୀ ସନ୍ଦେହ କରି ଜଣେ ମହିଳା ଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦା ଫାସ କରିଛି କରଞ୍ଜିଆ ପୋଲିସ । ଡାହାଣୀ ସନ୍ଦେହ କରି ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା । ମୃତ ମହିଳା ଜଣକ ହେଉଛନ୍ତି ଯମୁନା ହାଁସଦା (୬୪) । ଘଟଣା ଘଟିଥିଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗାଁରେ । ଗୁଣିଗାରେଡି ସନ୍ଦେହ କରି ବିଭତ୍ସ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଦୁର୍ବୃତ୍ତ।
୪ ତାରିଖ ଦିନ ସକାଳୁ ଗାଁର ଲେକମାନେ ରାସ୍ତା ନିକଟରେ ମୃତ୍ୟୁ ଦେହ ପଡି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍ ପରେ ଗତକାଲି ଅର୍ଥାତ ୫ ତାରିଖ ଅପରାହ୍ନ ୪ଟା ସମୟରେ ବାଲିଭୋଳ ଗାଁ ନିକଟରେ ଥିବା ନାଳ ନିକଟରୁ ମିଳିଥିଲା କଟାମୁଣ୍ଡ ।
ଏହି କଟାମୁଣ୍ଡକୁ ଜବତ କରି ମେଡ଼ିକାଲକୁ ଆଣି ତଦନ୍ତ ଚଳାଇଥିଲା କରଞ୍ଜିଆ ପୋଲିସ। ଆଜି ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି କରଞ୍ଜିଆ ପୋଲିସ। ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟାଇଥିବା ନେଇ ପୋଲିସ ସାମ୍ନାରେ ସ୍ୱୀକାର କରିଛନ୍ତି ଦୁଇ ଅଭିଯୁକ୍ତ।ବାଲିଭୋଳ ନିକଟ ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଥାନାଧିକାରୀ।