ନଡିଆ ଚଟଣୀ ସହିତ ନିଅନ୍ତୁ ସାଉଥ୍‌ ଇଣ୍ଡିଆନ୍‌ ଡିସ୍‌ ଅପ୍ପମର ମଜା

ସକାଳର ବ୍ରେକଫାଷ୍ଟ ହେଉ କିମ୍ବା ସନ୍ଧ୍ୟାର ନାସ୍ତା ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ମନ ହୋଇଥାଏ। ଆଜି ଆମେ ଆପଣଙ୍କୁ ସାଉଥ୍‌ ଇଣ୍ଡିଆନ୍‌ ଡିସ୍‌ ଅପ୍ପମ ବନାଇବା ରେସିପି ନେଇ ଆସିଛୁ। ଯାହାର ସ୍ୱାଦ ନଡିଆ ଚଟଣୀ ସହିତ ବହୁତ ବଢ଼ିଆ ଲାଗିଥାଏ। ଏହା ବହୁତ ବଢ଼ିଆ ଡିସ ଯାହା ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ଜବରଦସ୍ତ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ଚାଉଳ
  • ୨ କପ୍‌ ନଡିଆ (କଦ୍ଦୁକସ୍‌ ହୋଇଥିବା)
  • ୩ ଟେବୁଲ ଚାମଚ ଚିନି
  • ଚିମୁଟାଏ ଲୁଣ

ପ୍ରସ୍ତୁତି ପ୍ରଣାଳୀ

  • ଚାଉଳକୁ ଧୋଇ ଦିଅନ୍ତୁ।
  • ପାତ୍ରରେ ଚାଉଳ ଏବଂ ନଡିଆକୁ ୬-୭ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ।
  • ପାଣି ସବୁ ବାହାର କରି ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଏଥିରେ ଲୁଣ, ଚିନି ଏବଂ ଇଷ୍ଟ ପାଉଡର ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ୭ ରୁ ୮ ଘଣ୍ଟା ଘୋଡାଇ ରଖନ୍ତୁ।
  • ନନଷ୍ଟିକ ତାଓ୍ଵାକୁ ଗରମ କରି ୧ ଚାମଚ ଘୋଳ ପକାଇ ପିଠା ଭଳି ବନାନ୍ତୁ।
  • ଧିମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ଯାଏଁ ଆଞ୍ଚରେ ବସାନ୍ତୁ।
  • ଗରମ ଗରମ ଅପମକୁ ନଡିଆ ଚଟଣୀ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.