କଟକ (କେନ୍ୟୁଜ) : ଜଗତପୁର କନିବାଟି ନିକଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକ ଜଣକ ବରମେଶ ଭୋଇ। ସେ ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣା ପଡିଛି। ଗତକାଲି ବିଳମ୍ବିତ ରାତିରେ ରମେଶ ନିଜ ଘରୁ ବାହାରି କେନାଲ ପାଖକୁ ଆସିଥିଲେ। କିନ୍ତୁ ଆଉ ଘରକୁ ଫେରି ନ ଥିଲେ। ସକାଳୁ କେନାଲ ଭିତରେ ତାଙ୍କର ମୃତ ଦେହ ମିଳିବା ସହିତ କେନାଲର ପୋଲ ଉପରେ ରକ୍ତ ଦାଗ ପଡ଼ି ଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Next Post