ଆଉ ଏକ ନୂଆ ସମସ୍ୟା, କରୋନା ରୋଗୀଙ୍କୁ ବୋନ୍‌ ଡେଥ୍‌ ବିପଦ

କୋଭିଡ୍‌ ରୋଗୀଙ୍କୁ ବୋନ୍‌ ଡେଥ୍‌ ବିପଦ। ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ସୃଷ୍ଟି କରିଥିବାବେଳେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିବା ପରେ ଲୋକଙ୍କ ନିକଟରେ ବ୍ଲାକ ଫଙ୍ଗସ୍‌, ମଧୁମେହ, ରକ୍ତଜମାଟ ବାନ୍ଧିବା ଓ ହୃଦରୋଗ ଭଳି ବହୁ ସମସ୍ୟା ଦେଖାଯାଉଛି। ଏପରିସ୍ଥଳେ ବର୍ତ୍ତମାନ ଡାକ୍ତରମାନେ କୋଭିଡ୍‌ ରୋଗୀଙ୍କଠାରେ ଆଉ ଏକ ନୂଆ ସମସ୍ୟାକୁ ଠାବ କରିଛନ୍ତି। ତା ହେଲା ଆଭାସ୍କୁଲାର ନେକ୍ରୋସିସ୍‌ (ଏଭିଏନ୍‌) ବା ବୋନ୍‌ ଡେଥ୍‌। ଏହି ସମସ୍ୟାରେ ପିଡୀତ ହେଲେ ହାଡଗୁଡିକ ଦୁର୍ବଳ ହେବା ଆରମ୍ଭ ହୋଇଥାଏ।

ଏହାର କାରଣ ହେଲା ବୋନ୍‌ ଟିସ୍ୟୁ ଯାଏ ରକ୍ତ ଠିକ୍‌ ଭାବେ ପହଞ୍ଚି ପାରେନାହିଁ। ମୁମ୍ବାଇ ହିନ୍ଦୁଜା ହସ୍‌ପିଟାଲରେ ଏଭିଏନ୍‌ରେ ପୀଡିତ ହୋଇ ୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏମାନେ ସମସ୍ତେ ଡାକ୍ତର ଓ ବୟସ ୪୦ ବର୍ଷରୁ କମ୍‌। ଏମାନଙ୍କୁ ଜଂଘ ହାଡର ଅଗ୍ରଭାବରେ ଯନ୍ତ୍ରଣା ହୋଇଥିଲା। ଅନ୍ୟପଟେ ଷ୍ଟେରଏଡ୍‌ର ବ୍ୟବହାର ଏହା ପଛରେ ବଡ କାରଣ ହୋଇପାରେ ବୋଲି କୁହାଯାଉଛି। କୋଭିଡ୍‌ ଦ୍ୱାରା ସଂକ୍ରମିତ ହୋଇ ଯେଉଁ ରୋଗୀ ଦୀର୍ଘଦିନ ଧରି ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଯେଉଁମାନଙ୍କ ଚିକିତ୍ସାରେ ଷ୍ଟେରଏଡ୍‌ର ବ୍ୟବହାର କରାଯାଉଛି ସେମାନଙ୍କୁ ଏହି ରୋଗ ଅଧିକ ହେବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.