କଟକ: ଜିଓ ଟାୱାର ବସାଇବା ନେଇ ଠକୁଥିବା ସାଇବାର ଠକ ଗିରଫ, ଦାମୀ କାର୍ ଜବତ

କଟକ(କେନ୍ୟୁଜ୍): କଟକ କମିଶନରେଟ ପୋଲିସ ହାତରେ ଧରା ପଡିଲେ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗ।  ଅଭିଯୁକ୍ତ ମାନେ ତାଙ୍କ ଠାରୁ ଲୁଟିଥିଲେ ୩୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଏମିତି କି ଟାୱାର ବସାଇବା ସହ ମାସକୁ ୨୦ ହଜାର ଟଙ୍କା, ପରିବାରରୁ ଜଣଙ୍କୁ ଚାକିରୀ, ଜମି ବାବଦରେ ୨୦ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲା ଅଭିଯୁକ୍ତ।

  cyber loot4

ଏ ସବୁ ପ୍ଲାନ୍ ହୋଇଥିଲା କୋଲକାତାରେ। ମୁଖ୍ୟ ଅଭିଯୁକ୍ତ ଅଭୟ ତିୱାରୀ ଜେଲରେ ରହି ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ। ଆଉ ତାର ଏହି ସାଇବର ଠକେଇ ନେଟୱର୍କକୁ ଚଲେଇଥିଲେ ଅଭୟର ଶଳା ଅନିମେସ ଓ ଶଢୁ ଅଙ୍କିତ।

କୋଲକାତାରେ ୮ ଟି ଅଫିସ ସହ ୨୫୦ ଜଣ କର୍ମଚାରୀଙ୍କୁ ନେଇ ଚାଲିଥିଲା ଏହି ଠକ ନେଟୱର୍କ। ତେବେ ଅଭିଯୁକ୍ତମାନେ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ଠକେଇ କରିଥିବା ତଦନ୍ତରୁ ଜଣା ପଡିଥିବା ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଫର୍ଟୁନର କାର, ୧୫ ଟି ପାସବୁକ୍, ସିମ କାର୍ଡ, ଏକାଧିକ ଚେକ୍ ବୁକ୍, ୨ ଟି ଲ୍ୟାପଟପ୍, ୪ ଟି ଫୋନ ଜବତ କରାଯାଇଛି। ତେବେ ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ଅଭୟ ତିୱାରୀ ସହ ତାର ଶଳା ଓ ଶଡୁଙ୍କୁ ରିମାଣ୍ଡରେ ଆଣିବା କମିଶନରେଟ ପୋଲିସ ସୂଚନା ଦେଲେ ସିପି।

Leave A Reply

Your email address will not be published.