Below header

ଏ ହେଉଛି ଦୁନିଆର ସବୁଠାରୁ ଗଭୀର ସ୍ୱିମିଙ୍ଗ୍‌ ପୁଲ୍‌, ଫିଲ୍ମ ଷ୍ଟୁଡିଓଠୁ ଆରମ୍ଭ କରି ଗ୍ୟାରେଜ୍‌, ଆପାର୍ଟମେଣ୍ଟ ସବୁକିଛି ରହିଛି ଏଠାରେ

ଦୁବାଇ, ବିଶ୍ୱର ଏକ ବଢ଼ିଆ ପର୍ଯ୍ୟଟନସ୍ଥଳୀ ରୂପେ ଜଣାଯାଇଥାଏ। ଏଠାକାର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ତାଲିକାରେ ଖୁବ୍‌ଶୀଘ୍ର ଦୁନିଆର ସବୁଠାରୁ ଗଭୀର ସ୍ୱିମିଙ୍ଗ୍‌ ପୁଲ୍‌ର ନାମ ଯୋଡ଼ି ହେବାକୁ ଯାଉଛି। ଏଠାରେ ଅଣ୍ଡରଓ୍ଵାଟର ଡିପ୍‌ ଡାଇଭିଂ ପାଇଁ ଏତେ ଗଭୀର ସ୍ୱିମିଙ୍ଗ୍‌ ପୁଲ୍‌ ବନାଯାଉଛି ଯେ ଯେଉଁଠି ଆପାର୍ଟମେଣ୍ଟ, ହୋଟେଲ, ଦୋକାନଠାରୁ ଆରମ୍ଭ କରି ଅଫିସ୍‌ ପର୍ଯ୍ୟନ୍ତ ସବୁକିଛି ସୁବିଧା ଉପଲବ୍ଧ ରହିଛି।

ଡିପ୍‌ ଡାଇଭିଂ ପ୍ରତି ସଉକ ରଖୁଥିବା ଲୋକଙ୍କ ପାଇଁ ଦୁବାଇର ଡିପ୍‌ ଡାଇଭ ହୋଟେଲ ଏକ ବଢ଼ିଆ ଅଣ୍ଡରଓ୍ଵାଟର ସ୍ପେସ୍‌ ଭାବେ ପ୍ରମାଣିତ ହେବ। ଏହି ପୁଲ୍‌ ଦୁବାଇ ନିକଟ ନାଦ ଅଲ୍‌ ଶେବା ଅଞ୍ଚଳରେ ରହିଛି। ଡିପ୍‌ ଡାଇଭ୍‌ର ରେକର୍ଡଭଙ୍ଗା ଗଭୀର ହେଉଛି ୬୦.୦୨ ମିଟର। ଅଲିମ୍ପିକ ସାଇଜ୍‌ର ୬ଟି ସ୍ୱିମିଙ୍ଗ୍‌ ପୁଲ ବରାବର ଅର୍ଥାତ୍‌ ପାଖାପାଖି ୧ କୋଟି ୪୦ ଲକ୍ଷ ଲିଟର ପାଣି ଭରିବାର କ୍ଷମତା ରହିଛି।

pool
photo: Zee News

ଏହି ପୁଲ୍‌କୁ ଏକ ଜଳମଗ୍ନ ସହର ଭଳି ବନାଯାଇଛି। ଏଥିରେ ଏକ ଆପାର୍ଟମେଣ୍ଟ ଓ ଗ୍ୟାରେଜ୍‌ ଅଛି। ଏଥିରେ ସ୍କୁବା ଡାଇଭର୍ସଙ୍କ ପାଇଁ କେତେକ ପ୍ରକାରର କୋର୍ସ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏତିକି ନୁହେଁ, ଏଠାରେ ଏକ ଅଣ୍ଡରଓ୍ଵାଟର ଫିଲ୍ମ ଷ୍ଟୁଡିଓ ବି ଅଛି, ଯେଉଁଥିରେ ଏଡିଟିଂ ରୁମ୍‌ ଏବଂ ଭିଡିଓ ଓ୍ଵାଲ୍‌ ଭଳି ସୁବିଧା ରହିଛି। ୫୬ ଅଣ୍ଡରଓ୍ଵାଟର କ୍ୟାମେରା ସହିତ ପୁଲରେ ଅଲଗା ଅଲଗା ମୁଡ୍‌ ପାଇଁ ୧୬୪ ପ୍ରକାରର ଲାଇଟ୍‌ ଲଗାଯାଇଛି। ଡିପ୍‌ ଡାଇଭ୍‌ ଦୁବାଇକୁ ଦୁନିଆର ସବୁଠାରୁ ଗଭୀର ସ୍ୱିମିଙ୍ଗ୍‌ ପୁଲ୍‌ ହେବାର ମାନ୍ୟତା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡସ୍‌ ଦେଇଛି। ଏହା ୧୫୦୦ ବର୍ଗ ମିଟରରେ ପରିବ୍ୟାପ୍ତ। ଡିପ୍‌ ଡାଇଭ୍‌ ହୋଟେଲ ସିପ୍‌ ଆକାରରେ ବନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.