୩ ହଜାର ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମିଳିଲା ନରକଙ୍କାଳ, ଏମିତି ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ପ୍ରତ୍ନତତ୍ତ୍ୱବିଦ୍‌ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ପ୍ରାୟ ୩,୦୦୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସାର୍କ ଆକ୍ରମଣର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା। ସାର୍କ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଅକ୍ସଫୋର୍ଡର ଗବେଷକମାନେ ଖନନରୁ ବାହାରିଥିବା ଏକ ନରକଙ୍କାଳ ଉପରେ ରିସର୍ଚ୍ଚ କଲା ବେଳେ ଏହି ତଥ୍ୟ ଜାଣିବାକୁ ପାଇଛନ୍ତି।

କ୍ୟୋଟୋ ୟୁନିଭର୍ସିଟିରେ ଗବେଷକମାନେ ଉକ୍ତ ବ୍ୟକ୍ତିଙ୍କ ଉପରେ ହୋଇଥିବା ହିଂସ୍ର ଆକ୍ରମଣ ନେଇ ଅଧିକ ପ୍ରମାଣ ଯାଞ୍ଚରେ ଲାଗି ପଡ଼ିଛନ୍ତି। ରିପୋର୍ଟ ମୁତାବକ, ଗବେଷକ ଏଲିସା ହ୍ଵାଇଟ ଓ ପ୍ରଫେସର ରିକ ଶୁଲ୍ଟିଙ୍ଗ୍‌ ଜାଣିବାକୁ ପାଇଛନ୍ତି କି, ଆକ୍ରମଣ ସମୟରେ ପୀଡ଼ିତ ବ୍ୟକ୍ତି ଜୀବିତ ଥିଲେ। ତାଙ୍କ ବାମ ପଟ ହାତ କଟିଯାଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ ତୁରନ୍ତ ମୃତଦେହକୁ ଉଦ୍ଧାର କରାଯାଇ ନ ଥିଲା। ତାଙ୍କୁ ତାଙ୍କ ସାଥୀମାନଙ୍କ ସହିତ କବରସ୍ଥାନରେ ପୋତି ଦିଆଯାଇଥିଲା।

ସେଟୋ ଅନ୍ତର୍ଦେଶୀୟ ସାଗରରେ ସୁକୁମୋ ପୂର୍ବରୁ ହୋଇଥିବା ଖନନ ସ୍ଥଳରୁ ଏହି ନରକଙ୍କାଳ ଉଦ୍ଧାର ହୋଇଛି। ଗବେଷକମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ଆମେ ପ୍ରଥମରୁ ଏହି କଥାକୁ ନେଇ ଡରି ଯାଇଥିଲୁ କି ବ୍ୟକ୍ତିଙ୍କୁ କିଏ ଦାନ୍ତରେ ୭୯୦ ଥର ଆଘାତ କରିପାରିବ? ଏତେ ଆଘାତ ସତ୍ତ୍ୱେ ବ୍ୟକ୍ତିଙ୍କୁ ସାମୁଦାୟିକ କବରସ୍ଥାନରେ ପୋତା ଯାଇଥିଲା। ଏହି ଆଘାତ ମୁଖ୍ୟତଃ ହାତ, ଗୋଡ଼, ଛାତି ଏବଂ ପେଟରେ ହିଁ ରହିଥିଲା’। ଏହି ଷ୍ଟଡି ଜର୍ନାଲ ଅଫ୍‌ ଆର୍କିଓଲୋଜିକାଲ ସାଇନ୍ସ ରିପୋର୍ଟସ୍‌ ପ୍ରକାଶ ପାଇଛି।

୧୩୭୦ରୁ ୧୦୧୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ହୋଇଛି ମୃତ୍ୟୁ

ସାର୍କ ରିସର୍ଚ୍ଚର ବିଶେଷଜ୍ଞ ଜର୍ଜ ବର୍ଗେସ୍‌ଙ୍କ ଟିମ୍‌ ନିଷ୍କର୍ଷ ବାହାର କରିଛନ୍ତି କି, କବରସ୍ଥାନରେ ୨୪ ନମ୍ବର ରୂପେ ଜଣାଯାଉଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ ୧୩୭୦ରୁ ୧୦୧୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.