Below header

ରାତିର ବଳକା ଭାତରେ ତିଆରି କରନ୍ତୁ ଇଡଲୀ, ଟେଷ୍ଟ ପୂରା ଅଲଗା ପ୍ରକାର

ଇଡଲୀ ଖାଇବାକୁ କୌଣସି ଟାଇମ୍‌ ନଥାଏ। ଏହାକୁ ଆପଣ ଚଟଣୀ ସହିତ ସକାଳ ଜଳଖିଆରେ କିମ୍ବା ସନ୍ଧ୍ୟା ଚା ସହିତ ଖାଇପାରିବେ। ଆଜି ଆମେ ଆପଣଙ୍କୁ ଜଣାଇବୁ ବଳକା ଭାତରେ କେମିକି ତିଆରି କରିବେ ଇଡଲୀ। ତେବେ ଜାଣନ୍ତୁ ପୂରା ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ବଳକା ଭାତ
  • ୧ କପ୍‌ ସୁଜି
  • ଏକ କପ୍‌ ଦହି
  • ୧/୨ ଚାମଚ ଲୁଣ
  • ୧/୨ ଚାମଚ ଇନୋ

idlliପ୍ରସ୍ତୁତି ପ୍ରଣାଳୀ

ବଳକା ଭାତରେ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏକ ପାତ୍ରରେ ସୁଜି ଏବଂ ଦହି ନେଇ ସେଥିରେ ଲୁଣ ମିଶାଇ ପେଷି ରଖିଥିବା ଭାତକୁ ମିକ୍ସ କରନ୍ତୁ। ଏହି ସବୁ ସାମଗ୍ରୀକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ୨୦ ରୁ ୨୫ ମିନିଟ୍‌ ପାଇଁ ରଖିଦିଅନ୍ତୁ।

୨୫ ମିନିଟ୍‌ ପରେ ଘୋଳରେ ଆବଶ୍ୟକ ଅନୁସାରେ ପାଣି ମିଶାନ୍ତୁ। ଷ୍ଟିମ କରିବା ପୂର୍ବରୁ ୧/୨ ଚାମଚ ଇନୋକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଇଡଲୀ ଷ୍ଟାଣ୍ଡରେ ତେଲ ଲଗାଇ ଘୋଳ ପକାଇ ଦିଅନ୍ତୁ। ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଇଡଲୀକୁ ଷ୍ଟିମ କରନ୍ତୁ। ଏବେ ଆପଣଙ୍କର ବାସି ଭାତରେ ତିଆରି ଇଡଲୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗରମା ଗରମ ଚଟଣୀ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.