କେନ୍ଦୁଝର: ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ, ଯନ୍ତ୍ରୀଙ୍କ ମୃତ୍ୟୁ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା  ଘଟି ବାଇକ୍ ଆରୋହୀଙ୍କ ମୃତ୍ୟୁ ।  ମୃତ ବାଇକ୍ ଆରୋହୀ ବାରିପଦା ବୁଢାମରାର ବେଣୁଧର ଗୋଛାୟତ ବୋଲି ଜଣାପଡ଼ିଛି । ସେ ଓଡିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଆଲ କୋଅପରେସନରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ଆଜି ସକାଳୁ ସେ ବାଇକ୍ ଯୋଗେ ଯାଇଥିବା ବେଳେ ଖିରେଇଟାଙ୍ଗିରୀ ନିକଟରେ ତାଙ୍କ ବାଇକକୁ ଏକ ଅଜଣା ଟ୍ରକ ଧକ୍କା ଦେଇ ଗୋଡ଼ ଉପରେ ଚଢି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ବେଣୁଧରଙ୍କୁ  ଗୁରୁତର ଅବସ୍ଥାରେ  ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଫେରାର ଟ୍ରକକୁ ଧରିବା ପାଇଁ ଛାନଭିନ୍ ଜାରି ରଖି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.