ଏମିତି ଏକ ବିଶ୍ୱ ରେକର୍ଡ ଯାହା ଆପଣ ବି ଜାଣି ନଥିବେ, ତାହାହେଲେ ପଢନ୍ତୁ ଏଇ ରିପୋର୍ଟ

ବେଳେ ବେଳେ କିଛି ଘଟଣା କିମ୍ବା ଦୁର୍ଘଟଣା ଇତିହାସ ହୋଇ ରହିଯାଏ । ଯାହାକୁ ଶୁଣିଲେ କି ପଢ଼ିଲେ ଆଶ୍ଚର୍ଯ୍ୟ ଯେତିକି ଲାଗେ ସେତିକି ଆଚମ୍ବିତ ବି ଲାଗେ । ଆଜି ଆପଣମାନଙ୍କୁ ଆମେ ଏଭଳି ଏକ ଘଟଣା କହିବୁ ଯାହା ହୁଏତ ଆପଣଙ୍କୁ ଜଣା ନଥିବ । ଆମେ କହୁଛୁ ଗୋଟିଏ ଦୁର୍ଘଟଣା ବିଷୟରେ । ଯାହା ରେକର୍ଡ ବୁକ୍‌ରେ ଲିଖିତ ଭାବେ ରହି ଯାଇଛି ।

ଏ ଘଟଣା ହେଉଛି ୨୦୦୧ ଅକ୍ଟୋବର ମାସ ୨୬ ତାରିଖର । ସେଦିନ ଆମେରିକାର ମାଥ୍ୟୁ ମାକନାଇଟ୍‌ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣା ସ୍ଥଳରେ ଲୋକଙ୍କୁ ସହାୟତା କରୁଥିଲେ । ତେବେ ତାଙ୍କର ଦୁର୍ଭାଗ୍ୟ ଯେ ତୀବ୍ର ଗତିରେ ଆସୁଥିବା ଏକ କାର୍‌ ତାଙ୍କୁ ଖୁବ ଜୋରରେ ଧକ୍କା ଦେଇଥିଲା । କାର୍‌ଟି ଘଣ୍ଟାକୁ ୧୧୨ କିଲୋମିଟର ବେଗରେ ଆସୁଥିଲା। ସେହି କାର୍‌ ଧକ୍କାରେ ମାକ୍‌ନାଇଟ୍‌ ବହୁ ଦୂରକୁ ଛିଟିକି ପଡ଼ିଲେ। ଗୁରୁତର ଆହତ ମଧ୍ୟ ହେଲେ । ତାଙ୍କୁ ସୁସ୍ଥ ହେବାକୁ ବର୍ଷେରୁ ଅଧିକ ସମୟ ଲାଗିଲା ।

ଅବଶ୍ୟ ମାକନାଇଟ୍‌ ସୁସ୍ଥ ହୋଇ ପୁଣି ନିଜ କାମକୁ ଫେରିଲେ । ହେଲେ ତାଙ୍କର ଏହି ଦୁର୍ଘଟଣା ରେକର୍ଡ ସୃଷ୍ଟି କଲା । ସେ କାର୍‌ ଧକ୍କାରେ କେତେଦୂର ଛିଟିକି ପଡ଼ିଲେ ତାକୁ ମପା ଯାଇଥିଲା । ୧୧୨ କି.ମି. ଗତିରେ ଆସିଥିବା କାର୍‌ଟି ତାଙ୍କୁ ଏତେ ଜୋର୍‌ରେ ଧକ୍କା ଦେଇଥିଲା ଯେ ସେ ୧୧୮ ଫୁଟ ଦୂରରେ ଯାଇ ପଡ଼ିଥିଲେ । ଯାହା ହେଉଛି ଏକ ବିଶ୍ୱ ରେକର୍ଡ। କୌଣସି ଦୁର୍ଘଟଣାରେ ମଣିଷଟିଏ ଏତେ ଦୂରରେ ପଡ଼ିବାର ଏହା ହେଉଛି ସର୍ବାଧିକ ଦୂରତା ।

Leave A Reply

Your email address will not be published.